କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଆସନ୍ତା କାଲି ଅର୍ଥାତ ମଇ ୨୫ ତାରିଖକୁ ବନ୍ଦ ଡାକରା ଦିଆଯାଇଛି । ଅଲ୍ ଇଣ୍ଡିଆ ବେକୱାର୍ଡ ଆଣ୍ଡ ମାଇନୋରିଟି ଏମ୍ପ୍ଲଇଜି ଫେଡେରେସନ (ବିଏଏମସିଇଏଫ) ତରଫରୁ ଏହି ଡାକରା ଦିଆଯାଇଛି । ଫେଡେରେସନ ପକ୍ଷରୁ ଜାତିଗତ ଜନଗଣନାକୁ ସମର୍ଥନ କରି ଏହି ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଏକମାତ୍ର ରାଜନୈତିକ ଦଳ ବହୁଜନ ମୁକ୍ତି ପାର୍ଟି ସମର୍ଥନ ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏନେଇ ବହୁଜନ ମୁକ୍ତି ପାର୍ଟିର ନେତା ନୀରଜ ଧିମାନ କହିଛନ୍ତି କି କେବଳ ଜାତିଗତ ଜନଗଣାନା ନୁହେଁ, ଏହାସହ ନିର୍ବାଚନରେ ଇଭିଏମ ବ୍ୟବହାରକୁ ବିରୋଧ, ଘରୋଇ କ୍ଷେତ୍ରରେ ପଛୁଆ ଓ ଦଳିତ ବର୍ଗ ପାଇଁ ସଂରକ୍ଷଣ ଲାଗୁ ଭଳି ଦାବି ମଧ୍ୟ ରହିଛି । ଏହି ଆନ୍ଦୋଳନକୁ ବିଏଏମସିଇଏଫ ଓ ବହୁଜନ ମୁକ୍ତି ପାର୍ଟି ସହଯୋଗ କରୁଥିବା ବେଳେ ବହୁଜନ କ୍ରାନ୍ତି ମୋର୍ଚ୍ଚା ବି ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି ।
କୁହାଯାଉଛି କି ଏହି ଭାରତ ବନ୍ଦର ପ୍ରଭାବ ଦୋକାନ ଓ ପରିବହନ ଉପରେ ପଡିପାରେ । ଏହାଦ୍ୱାରା ସାଧାରଣ ଲୋକ କିଣା କିଣି ଓ ଯାତାୟତ ଉପରେ ବି ପ୍ରଭାବ ପଡିପାରେ । ସେପଟେ ଭାରତ ବନ୍ଦ ଡାକରା ଦେଇଥିବା ସଂଗଠନମାନଙ୍କ ତରଫରୁ ସୋସିଆଲ ମିଡିଆରେ ଦୋକାନୀ ଓ ପରିବହନ ସେବାକୁ ଆସନ୍ତା କାଲି ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି ।