ଆସନ୍ତାକାଲି ଭାରତ ବନ୍ଦ ! ଛୁଟି ରହିବ ସ୍କୁଲ, ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଂଚିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ, ବନ୍ଦ ରହିବ ଅଟୋ ଓ ଟାକି୍ସ ।

38

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେପି ସରକାର ବିରୋଧରେ କଂଗ୍ରେସର ଭାରତ ବନ୍ଦ ଡାକରା । ଆସନ୍ତା କାଲି ଓଡିଶାରେ ମଧ୍ୟ ବଡ ଧରଣର ପ୍ରଭାବ ପକାଇବାର ସମ୍ଭାବନା ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରିବାକୁ ଯାଉଥିବା କଂଗ୍ରେସ କର୍ମୀ ମୂଖ୍ୟ ଛକ, ରାଜରାସ୍ତା, ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ପିକେଟିଂ କରିବେ । ପେଟ୍ରୋଲ ପମ୍ପ ଏବଂ ଦୋକାନ ବଜାରକୁ ସମ୍ପୁର୍ଣ୍ଣ ବାବେ ବନ୍ଦ କରାଯିବ ।

କଂଗ୍ରେସର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଓଡିଶା ସରକାର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଯେପରି କୌଣସି ବ୍ୟାଘାତ ନଘଟେ ସେଥିପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୁପ ଆସନ୍ତା କାଲି ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବନ୍ଦ ପାଳନ ଭିତରୁ ଔଷଧ ଦୋକାନ, ଆମ୍ବୁଲାନ୍ସ, କ୍ଷୀର ଗାଡି, ପରିକ୍ଷାର୍ଥୀଙ୍କୁ ବାଦ ଦେବାକୁ ଦଳ ନିଷ୍ପତ୍ତି ନେଇଛି ।

କଂଗ୍ରେସ ଅଭିଯୋଗ ହେଉଛି, ୨୦୧୪ ମେ ମାସଠାରୁ ପେଟ୍ରୋଲ ଉପରେ ୨୧୧ ପ୍ରତିଶତ ଓ ଡିଜେଲ ଉପରେ ୪୪୩ ପ୍ରତିଶତ ଉତ୍ପାଦନ ଶୁଳ୍କ ବୃଦ୍ଧି କରାଯାଇଛି ଏବଂ ତୁରନ୍ତ ତୈଳ ଦରକୁ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛି ।