କନକ ବ୍ୟୁରୋ : କେଉଁଠି ଲାଠିମାଡ଼, କେଉଁଠି ଧାରଣାରେ ପ୍ରଦର୍ଶନକାରୀ । କେଉଁଠି ରେଳ ରୋକରେ ଯାତ୍ରୀ ହସନ୍ତସନ୍ତ । ଆଜି ବିଭନ୍ନ ରାଜ୍ୟରେ ସକାଳୁ ଦୃଶ୍ୟ କିଛି ଏଭଳି ରହିଥିଲା । ବାଇକରାଲି, ପଦଯାତ୍ରା କରି ଭାରତ ବନ୍ଦକୁ ସଫଳ କରିବାକୁ ଚେଷ୍ଟା କରିଥିଲେ ଆନ୍ଦୋଳନକାରୀ । ଭାରତ ବନ୍ଦ ଯୋଗୁ ଆଜି କିଛି ଘଂଟା ପାଇଁ ପ୍ରଭାବିତ ହୋଇଛି ସାରା ଦେଶ ସାରା ଦେଶ। ବିଭିନ୍ନ ରାଜ୍ୟରେ ବସ, ରେଳ ରୋକ କରିଥିଲେ ଆନ୍ଦୋଳନକାରୀ। ବିହାରରେ ବିକ୍ଷୋଭକାରୀଙ୍କ ଉପରେ ପୁଲିସର ଲାଠିଚାର୍ଜ କରିଛି । ଏସସି, ଏସଟିଙ୍କ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ବନ୍ଦ ପାଳନ କରଯାଇଥିଲା । ସଂରକ୍ଷଣକୁ ନେଇ ଆଜି ସମଗ୍ର ଦେଶରେ ୧୪ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ, ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଏବଂ ଆଦିବାସୀ ପାର୍ଟି ନେତା ମୋହନ ଲାଲ ରୋତଙ୍କ ସମେତ କେତେକ ପ୍ରମୁଖ ଦଳିତ ସଂଗଠନ ଏହି ଆହ୍ୱାନକୁ ସମର୍ଥନ କରିଥିଲେ ।

ଅନେକ କଂଗ୍ରେସ ଏବଂ ଅନ୍ୟ ନେ ତା ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଆଗେଇ ଆସିଥିଲେ । ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିବାବେଳେ ବିହାରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଫଳରେ କିଛି ଭିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଛି ପୁଲିସ। ଅନ୍ୟ କେତେକ ସ୍ଥାନରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଟ୍ରେନ୍ ଓ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା କିନ୍ତୁ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇ ଥିବାବେଳେ ସ୍କୁଲ୍-କଲେଜ ଖୋଲା ରହିଥିଲ ।

ନିକଟରେ ଏସସି/ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେଇଥିଲେ ଯେ, ଏସସି/ଏସଟି ସଂରକ୍ଷଣରୁ 'କ୍ରିମି ଲେୟର୍' ବା ଆର୍ଥିକ ସ୍ୱଚ୍ଛଳ ବର୍ଗଙ୍କୁ ବାଦ୍ ଦିଆଯିବ। ଏହାକୁ 'ସଂରକ୍ଷଣ ବଚାଓ ସଂଘର୍ଷ ସମିତି' ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା