ସାରା ଓଡିଶାରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ : କଡା ସୁରକ୍ଷା ମଧ୍ୟରେ ସଚିବାଳୟ ଗଲେ ମୁଖ୍ୟମନ୍ତ୍ରୀ

ସାରା ଓଡିଶାରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ : କଡା ସୁରକ୍ଷା ମଧ୍ୟରେ ସଚିବାଳୟ ଗଲେ ମୁଖ୍ୟମନ୍ତ୍ରୀ

vlcsnap-2016-09-02-14h44m39s542କନକ ବ୍ୟୁରୋ : ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଉଥିବାବେଳେ ଏକ ପ୍ରକାର ଠପ ହୋଇଯାଇଛି ସାରା ଓଡିଶା। ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଶ୍ରମିକ ସଂଗଠନଗୁଡିକ ବନ୍ଦକୁ ସଫଳ କରିବା ପାଇଁ ପିକେଟିଂ ଏବଂ ରେଳ ଓ ରାସ୍ତା ରୋକ କରିଛନ୍ତି ।

ଏହାରି ମଧ୍ୟରେ ଆଜି କଡା ସୁରକ୍ଷା ବଳୟରେ ସଚିବାଳୟକୁ ଆସିଛନ୍ତି । ବିନା ସାଇରନରେ ନବୀନ ସଚିବାଳୟ ଆସିଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ କଂଗ୍ରେସର ଓଡିଶା ବନ୍ଦ ସମୟରେ ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା। ବିରୋଧ ଭୟରେ ମୁଖ୍ୟମନ୍ତ୍ରୀ ତ୍ରୀସ୍ତରୀୟ ସୁରକ୍ଷା ଭିତରେ ସଚିବାଳୟକୁ ଆସିଥିଲେ।

vlcsnap-2016-09-02-14h43m07s905ସେହିପରି ମନ୍ତ୍ରୀମାନଙ୍କୁ ମଧ୍ୟ ପ୍ରାଇଭେଟ କାର ଅଥବା ବାଇକରେ ସଚିବାଳୟ ଆସୁଥିବା ଦେଖିବାକୁ ମିଳିଥିଲା। ବନ୍ଦ ଯୋଗୁଁ ପ୍ରତିବାଦ ଭୟରେ ମନ୍ତ୍ରୀ ଅରୁଣ ସାହୁ ସ୍କୁଟିରେ ବସି ଅଫିସ ଆସିଥିଲେ। ସେହିପରି ମନ୍ତ୍ରୀ ସଂଜୟ ଦାସବର୍ମା ମଧ୍ୟ ସ୍କୁଟିରେ ବସି ସଚିବାଳୟରେ ଆସି ପହଂଚିଥିଲେ । ବିଜେଡି ମୁଖ୍ୟ ମୁଖପାତ୍ର ପ୍ରତାପ ଦେବ ମଧ୍ୟ ଏକ ପ୍ରାଇଭେଟ କାରରେ ଆସିଥିବା ଦେଖିବାକୁ ମିଳିଥିଲା।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe