କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟକୁ ପ୍ରଥମ କରି ଆସିଲ କେନ୍ଦ୍ର ସରକାରଙ୍କ ଭାରତ ଅଟା । ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଭାରତ ଅଟାକୁ ଲଂଚ କରିଥିଲେ । ଭାରତ ଅଟା କେଜି ପ୍ରତି ୨୭ଟଙ୍କା ୫୦ ପଇସାରେ ମିଳୁଛି । ଆଜି ନାଫେଡ ଦ୍ୱାରା ଏହି ଭାରତ ଅଟା ବଂଟନ କରାଯାଉଛି । ଏହି ଅଟା ନେବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲ । ବାହାରେ ୫ କେଜି ଅଟାକୁ ୨୪୦ ଟଙ୍କା ପଡ଼ୁଥିବା ବେଳେ ନାଫେଡ ଦ୍ୱାରା ବଂଟନ କରାଯାଉଥବା ଭାରତ ଅଟା ୫ କେଜିକୁ ୧୪୦ ଟଙ୍କାରେ ମିଳୁଛି । ଦୀପାବଳି ପୂର୍ବରୁ ଭାରତ ଅଟା ବିଷୟରେ ଘୋଷଣା କରିଥିଲେ କେନ୍ଦ୍ର ସରକାର । ସମଗ୍ର ଦେଶର ପ୍ରାୟ ୨ ହଜାର ଆଉଟଲେଟରେ ଏପରି ଅଟା ବିକ୍ରୟ କରାଯିବ ।