ପାହାଡ଼ିଆ ନଦୀ ଆଁ କରିଛି…ଗାଁ ଗିଳିବାକୁ ଜଗି ବସିଛି: ପ୍ରଶାସନର ନଜର ଆଢ଼ୁଆଳରେ ଇନ୍ଦ୍ରଗଡ଼ ଗାଁ; ବର୍ଷା ହେଲେ ଅପହଞ୍ଚ ଇଲାକାରେ ଗ୍ରାମବାସୀଙ୍କୁ ଆଖି ଦେଖାଉଛି ପାହାଡି ନଦୀ

181

କନକ ବ୍ୟୁରୋ: ଗଂଜାମ ଜିଲ୍ଲାର ସିମାନ୍ତରେ ରହିଛି ଇନ୍ଦ୍ରଗଡ଼ ଗାଁ । ପଂଚାୟତ ହେଡ଼କ୍ୱାଟରେ ହୋଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲା ପ୍ରଶାସନର ନଜର ଆଢ଼ୁଆଳରେ ରହି ଯାଇଛି ଏହି ଗାଁ । ପଂଚାୟତଟି କନ୍ଧମାଳ ଜିଲ୍ଲାରେ ଥିବା ବେଳେ ଏଠାକାର ଲୋକ ସବୁ କାମଧନ୍ଦା ପାଇଁ ଗଂଜାମ ଉପରେ ନିର୍ଭର କରନ୍ତି ।  ଜୀବନ ଜୀବିକା ଓ ଶିକ୍ଷା ସ୍ୱାସ୍ଥ୍ୟ ପାଇଁ ଗଂଜାମକୁ ଛାଡ଼ି ବଂଚିପାରନ୍ତି ନାହିଁ ପଂଚାୟତବାସୀ । ଏଭଳି ଅପହଁଚ ଇଲାକରେ ଗ୍ରାମବାସୀଙ୍କ ଭୟଭିତ କରୁଛି ପାହାଡି ନଦୀ ।

ମେଘ ଦେଖିଲେ ଭୟ ଲାଗୁଛି । କାରଣ ଗାଁ ପାଖକୁ ମାଡି ଆସିଛି ପାହାଡି ନଦୀ । ଗତ ପାଂଇଲିନ୍ ବାତ୍ୟାରେ ଇନ୍ଦ୍ରଗଡ଼ ବଡ଼ନଦୀ ପଂଚିଗଣ୍ଡ ଠାରେ ମାଟି ଅତଡ଼ା ଧସିବାରୁ ପ୍ରାୟ ୨ ଶହ ମିଟର ନଦୀ ଗାଁ ଆଗଡକୁ ବୁଲି ପଡ଼ିଛି । ଆଉ ଏହି ନଦୀରେ ୩୦ଟିରୁ ଅଧିକ ପାହାଡର ପାଣି ପ୍ରବାହିତ ହୁଏ । ତେଣୁ ବର୍ଷା ହେଲେ ପୁଣି ନଦୀରେ ପାହାଡ ପାଣି ବହିବ, ଏବଂ ଜଳ ସ୍ରୋତରେ ଗାଁ ଭାସିଯିବ । ଏମିତି ଆଶଙ୍କ କରି ଭୟଭିତ ଅଛନ୍ତି ଗ୍ରାମବାସୀ ।

ସୂଚନା ଅନୁସାରେ, ବାତ୍ୟା ଫାଇଲିନ୍ ସମୟରେ ଭୂସ୍ଖଳନ ହେବାରୁ ୨୦ଟି ପରିବାର ବାସ ହରାଇଥିଲେ । ସେମାନଙ୍କୁ ପ୍ରଶାସନ ପକ୍ଷରୁ ଅନ୍ୟତ୍ର ଥଇଥାନ କରାଯାଇଛି । ହେଲେ ମୁଖ୍ୟ ଗାଁକୁ ସ୍ଥାନାନ୍ତର କରାଯାଇ ନାହିଁ । ଏନେଇ ଗ୍ରାମବାସୀ ଅନେକ ରାଇକିଆ ବିଡ଼ିଓ ଓ ତହସିଲଦାରଙ୍କୁ ଜଣାଇଲେ ବି କେହି ସେମାନଙ୍କ କଥା ଶୁଣିଲେ ନାହିଁ ।