କନକ ବ୍ୟୁରୋ: ଭଞ୍ଜରାଜାଙ୍କ ଇଷ୍ଟଦେବୀ ମା’ ବ୍ୟାଘ୍ରଦେବୀ । ଯେତେବେଳେ ରାଜ ଉଆସରୁ ନିମନ୍ତ୍ରିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବାକୁ ଆସନ୍ତି ମାଆ । ସେତେବେଳେ ମାଆ ନିଜେ କ୍ଳାନ୍ତ ହେବାସହ ଭକ୍ତଙ୍କ କ୍ଳାନ୍ତ ଦୂରକରିବା ପାଇଁ ଅଧରପଣା ପରମ୍ପରା ଆରମ୍ଭ କରିଥିଲେ ରାଜା । ସେବେଠାରୁ ଏହି ପରମ୍ପରାକୁ ପାଳନ କରାଯାଉଛି । ଭଂଜ ରାଜାଙ୍କ ପରେ ଏବେ ଭଂଜନଗର ସହରର ବିଶିିଷ୍ଟ ବ୍ୟକ୍ତି ବୁଲୁଦାଶଙ୍କ ପରିବାର ଏହି ଅଧରପଣାର ଆୟୋଜନ କରିଥାନ୍ତି ।

Advertisment

ପରମ୍ପରା ଅନୁସାରେ ମାଆ ବ୍ୟାଘ୍ରଦେବୀ ଦୀର୍ଘ ୧୦ କିଲୋମିଟର ଦୂରରୁ ଭକ୍ତ ଗହଣରେ ଭଂଜନଗର ଆସନ୍ତି । ଭଂଜନଗର ସହରରେ ଥିବା ଅସ୍ଥାୟୀ ମଣ୍ଡପ ପୂର୍ବରୁ ସହର ଉପକଣ୍ଠରେ ଥିବା ଏକ କୟାଁ ଗଛ ମୂଳରେ ମା’ ବିଶ୍ରାମ ନିଅନ୍ତି । ସେହି ଜାଗାକୁ ବାଟ ବ୍ୟାଘ୍ରଦେବୀ ନାମରେ ନାମିତ କରି ଏକ ମନ୍ଦିର ନିର୍ମାଣ କରାଯାଇଛି । ସେଠାରେ ମାଙ୍କୁ ଅଧରପଣ ଭୋଗ ଲାଗି କରାଯାଏ । ଯାତ୍ରା ଜନିତ କ୍ଲାନ୍ତି ମେଂଟାଇବା ପାଇଁ ସେଠାରେ ଦୁଇ ତିନି ଘଣ୍ଟା ବିଶ୍ରାମ କରନ୍ତି ମାଆ । ସେଠାରୁ ଯାତ୍ରାର ମୁଖ୍ୟକର୍ତା ମାଆଙ୍କୁ ନିଜ କୋଳରେ ଧରି ନଗର ଭ୍ରମଣ କରିଥାନ୍ତି । ସମ୍ପୂର୍ଣ୍ଣ ନଗର ଭମ୍ରଣ ପରେ ଅସ୍ଥାୟୀ ମଣ୍ଡପକୁ ଆସିଥାନ୍ତି ମାଆ । ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।