ବାତ୍ୟା ପ୍ରଭାବରେ ଡହ ଡ଼୍ୟାମରେ ବଢୁଛି ଜଳସ୍ତର । ତଳିଆ ଅଞ୍ଚଳବାସୀଙ୍କୁ ଉଚ୍ଚ ସ୍ଥାନକୁ ନେବା ପାଇଁ ପ୍ରଶାସନ ଜାରି ରଖିଛି ପ୍ରୟାସ

64

କନକ ବ୍ୟୁରୋ : ବାତ୍ୟା ଗୁଲାବ ପ୍ରଭାବରେ ଭଂଜନଗର ଅଚଂଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଡ଼ହ ଜଳ ଭଣ୍ଡାରରୁ ଜଳନିସ୍କାସନ ପ୍ରକ୍ରିୟା ଜାରି ରହିଛି । ନଦୀ ତଳମୁଣ୍ଡିଆ ଗାଁମାନଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସତର୍କ କରିଛି ଜିଲ୍ଲା ପ୍ରଶାସନ । ଗତ କିଛି ଦିନ ତଳେ ଲଘୁଚାପ ଜନିତ ବର୍ଷା ସରା ମାଟିକୁ ଓଦା କରିଥିବା ବେଳେ ଜଳଭଣ୍ଡାର ଗୁଡ଼ିକ ଭରି ହୋଇଯାଇଛି । ତେଣୁ ବର୍ଷା ଅଧିକା ହେଲେ ବନ୍ୟା ଆଶଙ୍କାକୁ ନେଇ ଜିଲ୍ଲା ପ୍ରସାଶନ ସଜାଗ ହୋଇଉଠିଛି ।

ଭଂଜନଗର ଡ଼ହ ଜଳ ସେଚନ ଡ଼୍ୟାମରେ ପାଣି ଭର୍ତ୍ତି ହୋଇଯାଇଥିବାରୁ ବନ୍ୟା ଭୟରେ ଗତ ଦୁଇ ଦିନ ହେବ ଜଳ ନିସ୍କାସନ ଆରମ୍ଭ ହୋଇଯାଇଛି । ଭଂଜନଗର ଜିଳ୍ଲା ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ନଦୀ ତଳୁଆ ଅଚଂଳ ମାନଙ୍କୁ ସତର୍କ କରାଇ ଦିଆଯାଉଛି ।  ଲଗାତାର ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥିବାରୁ ଡ଼ହ ଜଳସେଚନ ଡ଼୍ୟାମରୁ ଜଳ ନିସ୍କାସନ କେନାଲ ଓ ନଦୀ ମାଧ୍ୟମରେ ଜାରିରହିଛି । ଭଂଜନଗର ଉପଖଣ୍ଡ ଅଚଂଳର ଆସିକା ବ୍ଳକ ଓ ସୋରଡ଼ା ବ୍ଳକ ଏବଂ ବେଲଗୁଣ୍ଠା ବ୍ଳକର ଅଧିକାଂଶ ଗାଁ ନଦୀ ତଳୁଆ ଅଚଂଳରେ ରହିଥିବାରୁ ସେମାନଙ୍କୁ ସତର୍କ କରାଇ ଦିଆଯାଇଛି ।

ଉପଯୁକ୍ତ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ଏନ୍ଡ଼ିଆରଏଫ ଓ  ଓଡ଼୍ରାଫ ଏବଂ ଅଗ୍ନିଶମ ବାହିନିକୁ ସଜାଗ କରି ରଖାଯାଇଛି । ସବୁ ପଂଚାୟତର  ପଂଚାୟତ ପ୍ରତିନିଧି ମାନଙ୍କୁ ସଜାଗ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶୁଖିଲା ଖାଦ୍ୟ ଓ ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ କରି ସଜାଗ ରହିଛି ଜିଲ୍ଲା ପ୍ରଶାସନ । ଏନେଇ ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ୍ ଘୋଷଣା କରିଛନ୍ତି ।