ଭୋଟ୍ ଦେଉଛି ଓଡିଶା: ଭଞ୍ଜନଗରବାସୀଙ୍କ ଭରସା ଜିତିବ କିଏ? ନିର୍ବାଚନ ମୈଦାନରେ ନେତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ମତଦାତା

49

କନକ ବ୍ୟୁରୋ: କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ରହିଛି ଗଂଜାନ ଜିଲ୍ଲାର ଭଂଜନଗର ଆସନ । ନିର୍ବାଚନ ମଇଦାନରେ ୬ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ପରୀକ୍ଷା କରୁଛନ୍ତି ମତଦାତା । ବିଜେପି ପ୍ରାର୍ଥୀ ପ୍ରଦୁମ୍ନ କୁମାର ନାୟକ, ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆୁଖ, କଂଗ୍ରେସ ପ୍ରାର୍ଥୀ ସଂଜୟ ତ୍ରିପାଠୀ , ସ୍ୱାଧୀନପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବୀରେନ୍ଦ୍ର କୁମାର ଗୌଡ ରେସରେ ଅଛନ୍ତି । ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ଲଗାତର ୫ ଥର ନିର୍ବାଚିତ ହୋଇ ଷଷ୍ଠ ଥର ପାଇଁ କରୁଛନ୍ତି ଭାଗ୍ୟ ପରୀକ୍ଷା ।

ଭଂଜନଗର ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୩ ହଜାର ୨୧୭
– ମତ ଦେଇଥିଲେ – ୧ ଲକ୍ଷ ୪୬ ହଜାର ୭୧୧
– ଭୋଟଦାନ ହାର – ୬୮.୮୧%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବିକ୍ରମ କେଶରୀ ଆରୁଖ ବିଜେଡି ୮୨,୪୬୭ ୫୬.୨୧% ବିଜୟୀ
ବିନାୟକ ତ୍ରିପାଠୀ କଂଗ୍ରେସ ୫୦,୭୬୬ ୩୪.୬୦% ପରାସ୍ତ
ପ୍ରଦୀପ କୁମାର ସାହୁ ବିଜେପି ୭,୮୩୪ ୫.୩୪% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ବିକ୍ରମ କେଶରୀ ଆରୁଖ
ଦଳ – ବିଜେଡି
ଭୋଟ – ୮୨,୪୬୭
ପ୍ରତିଶତ – ୫୬.୨୧%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ପ୍ରଦୀପ କୁମାର ସାହୁ
ଦଳ – ବିଜେପି
ଭୋଟ – ୭,୮୩୪
ପ୍ରତିଶତ – ୫.୩୪%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ବିନାୟକ ତ୍ରିପାଠୀ
ଦଳ – କଂଗ୍ରେସ
ଭୋଟ – ୫୦,୭୬୬
ପ୍ରତିଶତ – ୩୪.୬୦%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ବିକ୍ରମ କେଶରୀ ଆରୁଖ ବିଜୟ ହାସଲ କରିଥିଲେ
– ୮୨ ହଜାର ୪୬୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ବିନାୟକ ତ୍ରିପାଠୀଙ୍କୁ ପରାସ୍ତ କରିଥିଲେ
– ୩୧ ହଜାର ୭୦୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀ ସମେତ ୩ଜଣ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୭ ହଜାର ୪୪୩
– ମତ ଦେଇଥିଲେ – ୧ ଲକ୍ଷ ୧୮ହଜାର ୩୧୭
– ଭୋଟଦାନ ହାର – ୫୯.୯୩%

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବିକ୍ରମ କେଶରୀ ଆରୁଖ ବିଜେଡି ୯୦,୫୧୫ ୭୬.୫୦% ବିଜୟୀ
ଦେବୀ ପ୍ରସାଦ ବିଶୋଇ କଂଗ୍ରେସ ୧୭,୧୪୮ ୧୪.୪୯% ପରାସ୍ତ
ଶିବାନନ୍ଦ ତ୍ରିପାଠୀ ବିଜେପି ୬,୨୨୮ ୫.୨୬% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ବିକ୍ରମ କେଶରୀ ଆରୁଖ
ଦଳ – ବିଜେଡି
ଭୋଟ – ୯୦,୫୧୫
ପ୍ରତିଶତ – ୭୬.୫୦%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଶିବାନନ୍ଦ ତ୍ରିପାଠୀ
ଦଳ – ବିଜେପି
ଭୋଟ – ୬,୨୨୮
ପ୍ରତିଶତ – ୫.୨୬%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଦେବୀ ପ୍ରସାଦ ବିଶୋଇ
ଦଳ – କଂଗ୍ରେସ
ଭୋଟ – ୧୭,୧୪୮
ପ୍ରତିଶତ – ୧୪.୪୯%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ବିକ୍ରମ କେଶରୀ ଆରୁଖ ବିଜୟୀ ହୋଇଥିଲେ
– ୯୦ ହଜାର ୫୧୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ବିଶୋଇଙ୍କୁ ପରାସ୍ତ କରିଥିଲେ
– ୭୩ହଜାର ୩୬୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀ ସମେତ ୫ଜଣ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

– ୨୦୧୪ରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା
– ବିଜେପିର ଶିବାନନ୍ଦ ତ୍ରିପାଠୀଙ୍କ ବଦଳରେ ପ୍ରଦୀପ କୁମାର ସାହୁ ପ୍ରାର୍ଥୀ ହୋଇଥିଲେ
– କଂଗ୍ରେସ, ଦେବୀ ପ୍ରସାଦ ବିଶୋଇଙ୍କ ବଦଳରେ ବିନାୟକ ତ୍ରିପାଠୀଙ୍କୁ ନିର୍ବାଚନକୁ ଓହ୍ଲାଇଥିଲା
– ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ପୁଣି ପ୍ରାର୍ଥୀ କରି ଜିତିଥିିଲା ବିଜେଡି

୨୦୧୯ର ଲଢେଇ

ବିଜେଡି: ବିକ୍ରମ କେଶରୀ ଆରୁଖ
କଂଗ୍ରେସ: ସଂଜୟ କୁମାର ତ୍ରିପାଠୀ
ବିଜେପି: ପ୍ରଦ୍ୟୁମ୍ନ ନାୟକ

୨୦୧୯–ବିଜେଡି: ବିକ୍ରମ କେଶରୀ ଆରୁଖ

– ବିଜେଡିର ବରିଷ୍ଠ ନେତା
– ୫ଥର ବିଧାୟକ
– କ୍ୟାବିନେଟ୍ ମନ୍ତ୍ରୀ
– କଲେଜ୍ ଛାତ୍ର ସଂସଦ ସଭାପତି, ବାର୍ ଆସୋସିଏସନ୍ ସଭାପତି

୨୦୧୯–କଂଗ୍ରେସ: ସଂଜୟ କୁମାର ତ୍ରିପାଠୀ

– କଂଗ୍ରେସର ନୂଆ ମୁହଁ
– ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି

୨୦୧୯–ବିଜେପି: ପ୍ରଦ୍ୟୁମ୍ନ ନାୟକ

– ବାର ଆସୋସିଏସନ୍ ସଭାପତି
– କୁରୁମୀ କ୍ଷେତ୍ରୀୟ ସଂଗଠନ ସଭାପତି
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ

– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଭଂଜନଗର ଏକ ଅଣସଂରକ୍ଷିତ ଆସନ
– ଭଞ୍ଜନଗର ଏନ୍ଏସି, ଭଞ୍ଜନଗର ବ୍ଲକ ଓ ଜଗନ୍ନାଥପ୍ରସାଦ ବ୍ଲକକୁ ନେଇ ନିର୍ବାଚନ ମଣ୍ଡଳୀ ଗଠିତ
– ଭଞ୍ଜନଗର ବ୍ଲକ ଓ ଜଗନ୍ନାଥପ୍ରସାଦ ବ୍ଲକ ବିଜେଡ଼ି କବଜାରେ ରହିଛି
– ଭଂଜନଗର ଏନ୍ଏସି ମଧ୍ୟ ବିଜେଡ଼ି କବଜାରେ ରହିଛି

ମୁହାଁମୁହିଁ ପ୍ରାର୍ଥୀ

– ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ସଂଜୟ କୁମାର ତ୍ରିପାଠୀ
– ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ନୂଆ ମୁହଁ ହେଲେ ମଧ୍ୟ କୁରୁମୀ କ୍ଷେତ୍ରୀୟ ସଂଗଠନ ସଭାପତି ଥିବାରୁ ବଡ ଭୋଟ୍ ବ୍ୟାଙ୍କ ରହିଛି
– ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ୫ଥର ବିଧାୟକ ଏବଂ ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିସାରିଛନ୍ତି

ଭଂଜନଗର ବିଧାନସଭା ଆସନ

– ଭଂଜନଗର ହେଉଛି ବିଜେଡିର ଗଡ
– ଗଂଜାମରେ ଥିଲେ ମଧ୍ୟ କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ୧୯୫୭ରୁ ଗଠନ ହୋଇଛି ନିର୍ବାଚନମଣ୍ଡଳୀ
– ୧୯୯୫ରୁ ବିଜେଡି କବଜାରେ ରହିଛି
– ୫ଥର ବିଧାୟକ ଅଛନ୍ତି ବିକ୍ରମ କେଶରୀ ଆରୁଖ

Comments are closed.