କନକ ବ୍ୟୁରୋ : ଭୋଜି ଖାଇବାକୁ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ । ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠ ଏକ ପରିତ୍ୟକ୍ତ କୂଅରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁଯାୟୀ, ଗତ ତିନି ତଳେ ଜଳିସାହିର ଶଙ୍କରଙ୍କୁ ତାଙ୍କ ସାଙ୍ଗ ଭୋଜି ଖାଇବାକୁ ଘରୁ ଡାକି ନେଇଥିଲେ । କିନ୍ତୁ ତାପରେ ଶଙ୍କର ଆଉ ଘରକୁ ଫେରିନଥିଲା । ପୁଅ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ କୂଅରେ ଚପଲ ଭାସୁଥିବା ଦେଖିବାକୁ ପାଇଥିଲେ । ଜଗନ୍ନାଥପ୍ରସାଦ ଥାନାକୁ ଖବର ଦେବାରୁ ପୋଲିସ ଓ ଅଗ୍ନିଶମବାହିନୀ କର୍ମଚାରୀ ପହଂଚି ମୃତଦେହ କୂଅରୁ ଉଦ୍ଧାର କରିଥିଲେ । ଶଙ୍କରଙ୍କର କେମିତି ମୃତ୍ୟୁ ହେଲା ତଦନ୍ତ କରୁଛି ପୋଲିସ ।
ଜଗନ୍ନାଥପ୍ରସାଦ ଅଞ୍ଚଳର ଏକ ପରିତ୍ୟକ୍ତ କୂଅରୁ ମିଳିଲା ମୃତଦେହ : ଭୋଜି ଖାଇବାକୁ ଡାକି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ
/kanak/media/post_attachments/wp-content/uploads/2021/02/vlcsnap-2021-02-08-08h56m54s169.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)