କନକ ବ୍ୟୁରୋ: କରୋନା କାଳରେ ପ୍ରବାସୀଙ୍କ ଦୁଃଖ । ଘର ପରିବାରକୁ ଭେଟିବା ପାଇଁ ଚେନ୍ନାଇରୁ ଫେରିଲେ । ହଲେ ଗାଁରେ ପୁରାଇଦେଲେନି ଗ୍ରାମବାସୀ । ଶେଷରେ ଦୁଇ ଦିନ ହେଲା ଜଙ୍ଗଲରେ ଅଖିିଆ ଅପିଆ ପଡିରହିଛନ୍ତି ପ୍ରବାସୀ ଶ୍ରମିକ । ଏଭଳି ଚିନ୍ତାଜନକ ଖବର ଆସିଛି ଭଂଜନଗର ସାନକୋଦଣ୍ଡା ପଂଚାୟତର ବିଂଝଗିରି ଗାଁରୁ । ଚେନ୍ନାଇରେ କାମ କରୁଥିବା ଗାଁର ବାରିକ ନାୟକ ଅନ୍ୟ ପ୍ରବାସୀ ଶ୍ରମିକଙ୍କ ସହ ଦୁଇ ଦିନ ତଳେ ଘରକୁ ବାହାରିଥିଲେ । ଟ୍ରେନରେ ଆସି ବାଲେଶ୍ୱର ଷ୍ଟେସନରେ ପହଚିଂବା ପରେ ସେଠାରୁ ତାଙ୍କୁ ବସ ଯୋଗେ ପ୍ରଥମେ ବ୍ରହ୍ମପୁର ଓ ପରେ ଭଂଜନଗର ଅଣାଯାଇଥିଲା ।

Advertisment

publive-image

ହେଲେ ସେହି ପଂଚାୟତରେ ସେହି ଜଣେ ମାତ୍ର ପ୍ରବାସୀ ହୋଇଥିବାରୁ ତାଙ୍କୁ ନେଇ ସଂଗରୋଧରେ ରଖିବା ପାଇଁ କୌଣସି ବନ୍ଦୋବସ୍ତ କରାଯାଇନଥିଲା । ଭଂଜନଗରରୁ ସ୍ଥାନୀୟ ସରପଂଚଙ୍କୁ ବାରମ୍ବାର ଯୋଗାଯୋଗ କରିିଥିଲେ,ହେଲେ କାହାରି ଦେଖାମିଳିନଥିଲା ।ଶେଷରେ ନିଜ ଗାଁ ଅଭିମୁଖେ ବାହାରିଥିଲେ ବାରିକ । କିନ୍ତୁ ଗାଁରେ ପହଚିଂଲାବେଳକୁ ତାଙ୍କୁ ପୁରାଇଦେଇନଥିଲେ ଗାଁ ଲୋକ । ଜୋରଦାର ପ୍ରତିବାଦ ହେବାରୁ ଦୁଇ ଦିନ ହେଲା ସେହି ଗାଁ ପାଖ ଜଙ୍ଗଲରେ ଅଟକି ରହିଛନ୍ତି । ପାଖରେ ଥିବା କିଛି ବିସ୍କୁଟ ଖାଇ ପଡିରହିଛନ୍ତି ।