ହାତୀ ଗୋଡରେ ଗୁଳି, ଗୁଜବ ପଛରେ ବନ ବିଭାଗ : ଜାଣନ୍ତୁ କ’ଣ ରହିଛି ପୂରା ଘଟଣା ?

110

କନକ ବ୍ୟୁରୋ : ହାତୀ ଗୋଡରେ ଗୁଳି, ଗୁଜବ ପଛରେ ବନ ବିଭାଗ । କିଛି ମାସ ଧରି ଭଂଜନଗର ଉତର ଘୁମୁସର ବନଖଣ୍ଡର ମୁଜାଗଡ଼ ଓ ଗାଲେରୀ ରେଜଂରେ ୧୮ ଟିକିଆ ହାତୀ ପଲ ଚାଷୀଙ୍କ ନିଦ ହଜାଇ ଦେଇଥିଲେ । ଦୁଇ ଦିନ ତଳେ ଦରଫଙ୍ଗିଆ ଜଙ୍ଗଲରେ ଏକ ଦନ୍ତା ହାତୀ ସିମାନ୍ତ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି ଉପରକୁ ଯାଇଥିବାବେଳେ ସେଠାରେ ତାକୁ ଗୁଳି କରାଯାଇଥିବା ବନବିଭାଗକୁ ସୂଚନା ମିଳିଥିଲା ।

ହାତୀ ପଲକୁ ବନ ବିଭାଗ ଡ଼୍ରୋନ ମାଧ୍ୟମରେ ନୀରିକ୍ଷଣ କରିଆସୁଥିବାବେଳେ ଗୁଳିବିଦ୍ଧ ହାତୀର ସନ୍ଧାନ ପାଇପାରିନଥିଲା ବନ ବିଭାଗ । ଏହା ପରେ ଗୁଳି ବଦ୍ଧ ଦନ୍ତାର ଶବ ବ୍ରହ୍ମଣପଦର ଜଙ୍ଗଲରେ ପଡ଼ିଥିବା ନେଇ କର୍ମଚାରୀମାନେ ସୂଚନା ପାଇଲେ । ତେଣୁ ଡ଼ିଏଫଓ ଅଭୟ କୁମାର ଦଳାଇଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ରେଜଂର ବିମ୍ବାଧର ସାହୁ ୩ଟି ଟିମକୁ ନେଇ ତନ ତନ କରି  ଖୋଜି ବୁଲୁଥିଲେ । ହେଲେ ଏଯାଏଁ ଗୁଳିବିଦ୍ଧ କିମ୍ବା ଆହତ ହାତୀ ସମ୍ପର୍କରେ କୈାଣସି ସୂଚନା ମିଳିପାରି ନାହିଁ । ଏପରିକି ବନ ବିଭାଗକୁ ମିଲିଥିବା ଖବରଟି ଗୁଜବ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ତେଣୁ ସମ୍ଭାବ୍ୟ ଗୁଜବ ପଛରେ ବନ ବିଭାଗର କର୍ମଚାରୀମାନେ ଜଙ୍ଗଲସାରା ଖୋଜି ବୁଲୁଥିବା ଏବେ ଚର୍ଚ୍ଚାର କାରଣ ପାଲଟିଛି ।