ଭଂଜନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଚାରି ଜଣ ଆହତ

25

ଭଂଜନଗର: ଭଂଜନଗର ନିକଟ ଦଦରାଲୁଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା । ଗଛରେ ପିଟି ହେଲା ବୋଲେରୋ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଭଂଜନଗର ଡାକ୍ତରଖାନାରେ ଭର୍ତି କରାଯାଇଛି । ବୋଲେରୋରେ ଡ୍ରାଇଭର ସମେତ ୧୩ ଜଣ ଯାତ୍ରୀ ଥିଲେ । ତେବେ ସମସ୍ତେ ଜଣେ ଜଣେ କଳାକାର । ଏକ ଘରୋଇ ଚ୍ୟାନେଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱରରୁ ଭଂଜନଗର ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।