ଏବେବି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ; ବଞ୍ଚି ଥାଉ ଥାଉ ନାବାଳକର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ: ଶରୀରରେ ଅସ୍ୱାଭାବିକତା ନେଇ ଥିଲେ ଚର୍ଚ୍ଚାରେ

ଏବେବି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ; ବଞ୍ଚି ଥାଉ ଥାଉ ନାବାଳକର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ:  ଶରୀରରେ ଅସ୍ୱାଭାବିକତା ନେଇ ଥିଲେ ଚର୍ଚ୍ଚାରେ

କନକ ବ୍ୟୁରୋ: ବଞ୍ଚି ଥାଉ ଥାଉ ହେଲା ଶୁଦ୍ଧିକ୍ରିୟା । ସାଧାରଣତଃ ମଣିଷ ମଲା ପରେ ତାର ଶୁଦ୍ଧିକ୍ରିୟା କରାଯାଏ । ହେଲେ ଭଂଜନଗର ଅଂଚଳରେ ଏଭଳି ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଗାୟାଗଣ୍ଡା ବାଘୁଆ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଗାଁର ରାମ ଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ମମତା ନାୟକ ପାଞ୍ଚ ପାଞ୍ଚଟି ଛୁଆକୁ ନେଇ କଷ୍ଟରେ ଜୀବନ ଜାପନ କରୁଥିଲେ । ବଡ଼ ପୁଅ କାହ୍ନାର ଦେହରେ ଓ ମୁଁହରେ କେଶ ଭର୍ତ୍ତି ହୋଇ ବଥ ବନିଯାଇଥିଲା ।  ସେହି ଘା’ ଭଲ ହୋଇନଥିଲା ।

ଏଭଳି ଦେଖି ପରିବାର ଲୋକେ ବିଭିନ୍ନ ପୂଜା ପାଠ କରିବା ସହ ଡ଼ାକ୍ତରଖାନାକୁ ଯାଇ ଚିକିତ୍ସା କରାଇଥିଲେ । ହେଲେ ସେତିକିରେ କାହ୍ନାର ପରିବାରର ଦୁଃଖ ଚାଲିଯାଇନଥିଲା । କାହ୍ନାର ଏହି ଅବସ୍ଥା ଦେଖି ଗାଁରେ ତାଙ୍କ ପରିବାରକୁ ଏକ ଘରକିଆ କରିବା ସହ ଗାଁରୁ ବାସନ୍ଦ କରିଥିଲେ । ୨୧ ଦିନ ବାସନ୍ଦ ହେବା ପରେ ଧାରକରଜ କରି ପୁଅ ବଂଚି ଥାଉ ଥାଉ ମାଆ, ବାପା ତାର ଶୁଦ୍ଧିକ୍ରିୟା କରାଇଥିଲେ । ଗାଁର ଲୋକଙ୍କୁ ଭୋଜି ଦେଇଥିଲେ । ଏହାପରେ ଯାଇ ସାମଜିକ ବାସନ୍ଦ ହଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe