ବାହାନଗା ଟ୍ରେନ ଟ୍ରାଜେଡି: ୫୦ରୁ ଅଧିକ ମୃତକଙ୍କ ମିଳୁନାହିଁ ପରିଚୟ

197

କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣାରେ ଏବେବି ୫୦ରୁ ଅଧିକ ମୃତକଙ୍କ ପରିଚୟ ମିଳିପାରିନାହିଁ । ଯେଉଁମାନଙ୍କ ପରିଚୟ ମିଳିଛି ସେମାନଙ୍କୁ ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉଛିି । ଏଥିସହ ଆହତଙ୍କୁ ମଧ୍ୟ ସହାୟତା ରାଶି ପ୍ରଦାନ କରଯାଉଛି । ଏବେ ସୁଦ୍ଧା ମୋଟ ୬୬୧ ମୃତକ ଏବଂ ଆହତଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଳପଥର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ । ଏବାବଦକୁ ୨୨ କୋଟି ୬୬ ଲକ୍ଷ ଟଙ୍କା ପ୍ରଦାନ କରଯାଇଛି । ତେବେ ଦୁର୍ଘଟଣା ସ୍ଥଳରେ ସମସ୍ତ ୪ଟି ଲାଇନ ଏବେ ଟ୍ରେନ ଚଳାଚଳ ପାଇଁ ଫିଟ୍ ଥିବା ସେ କହିଛନ୍ତି ।