ପରାଜୟ ପରେ ରାଜ୍ୟ କଂଗ୍ରେସକୁ ଝଟକା । ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ ।

316

କନକ ବ୍ୟୁରୋ : ଗତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ଇସ୍ତଫା ଦେଇଛନ୍ତି । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ଘଟିଛି । ଲୋକସଭା ନିର୍ବାଚନରେ ଦଳ ମାତ୍ର ଗୋଟିଏ ଆସନ ହାସଲ କରିଥିବା ବେଳେ ବିଧାନସଭାରେ ଦଳର ସଭ୍ୟ ସଂଖ୍ୟା ୧୬ରୁ ୯କୁ ଖସି ଆସିଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କ ସମେତ ବହୁ ବରିଷ୍ଠ ନେତା ପରାଜିତ ହୋଇଛନ୍ତି । ଏପରିକି ଶ୍ରୀ ଦାସ ନିଜେ କଳାହାଣ୍ଡି ଲୋକସଭା ଆସନ ଏବଂ ତାଙ୍କର ପୁତ୍ର ସାଗର ଦାସ ଭବାନୀପାଟଣା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ହାରି ଯାଇଛନ୍ତି । ପୂର୍ବରୁ ପି.ସି.ସି ସଭାପତି ନିରଂଜନ ପଟ୍ଟନାୟକ ଦଳୀୟ ବିପର୍ଯ୍ୟୟ ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି ଇସ୍ତଫା ଦେଇଛନ୍ତି ।