ସବୁ ଅପେକ୍ଷାର ଅନ୍ତ ଘଟିଛି । ରାଜସ୍ଥାନରେ ବିଜେପି ଭଜନଲାଲ୍ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି

ସବୁ ଅପେକ୍ଷାର ଅନ୍ତ ଘଟିଛି । ରାଜସ୍ଥାନରେ ବିଜେପି ଭଜନଲାଲ୍ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ଏବେ ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରିଛି ବିଜେପି ବିଧାୟକ ଦଳ । ଏହି କ୍ରମରେ ପୂର୍ବରୁ ଆଲୋଚନା ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ସାଂସଦରୁ ବିଧାୟକ ହୋଇଥିବା ବାବା ବାଳକନାଥଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦିଲ୍ଲୀରୁ ଆସିଥିବା ବିଜେପିର ପର୍ଯ୍ୟବେକ୍ଷକ ଟିମ୍ ବିଧାୟକଦଳ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛି ।

ଭରତପୁରରେ ରହୁଥିବା ଭଜନଲାଲ୍ ଶର୍ମା ଦୀର୍ଘଦିନ ହେବ ବିଜେପି ସହ ଜଡିତ । ସେ ରାଜ୍ୟରେ ବିଜେପି ମହାମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ବିଜେପି ତାଙ୍କୁ ପ୍ରଥମଥର ପାଇଁ ଜୟପୁର ସାଂଗାନେର ଭଳି ସୁରକ୍ଷିତ ଆସନରୁ ଟିକେଟ ଦେଇଥିଲା । ଏବେ ମୁଖ୍ୟମନ୍ତ୍ରୀ ପାଇଁ ଦଳ ତାଙ୍କୁ ଚୟନ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe