କନକ ବ୍ୟୁରୋ : ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ଏବେ ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରିଛି ବିଜେପି ବିଧାୟକ ଦଳ । ଏହି କ୍ରମରେ ପୂର୍ବରୁ ଆଲୋଚନା ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ସାଂସଦରୁ ବିଧାୟକ ହୋଇଥିବା ବାବା ବାଳକନାଥଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦିଲ୍ଲୀରୁ ଆସିଥିବା ବିଜେପିର ପର୍ଯ୍ୟବେକ୍ଷକ ଟିମ୍ ବିଧାୟକଦଳ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛି ।

Advertisment

ଭରତପୁରରେ ରହୁଥିବା ଭଜନଲାଲ୍ ଶର୍ମା ଦୀର୍ଘଦିନ ହେବ ବିଜେପି ସହ ଜଡିତ । ସେ ରାଜ୍ୟରେ ବିଜେପି ମହାମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ବିଜେପି ତାଙ୍କୁ ପ୍ରଥମଥର ପାଇଁ ଜୟପୁର ସାଂଗାନେର ଭଳି ସୁରକ୍ଷିତ ଆସନରୁ ଟିକେଟ ଦେଇଥିଲା । ଏବେ ମୁଖ୍ୟମନ୍ତ୍ରୀ ପାଇଁ ଦଳ ତାଙ୍କୁ ଚୟନ କରିଛି ।