ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବହୁ ବାଦ ବିବାଦ ପରେ ଆଜି ରିଲିଜ ହେଉଛି ଓଡ଼ିଆ ଫିଲ୍ମ"ଭାଇନା କଣ କଲା ସେ '। ଫିଲ୍ମ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି କୋର୍ଟ । ତେବେ ଆସନ୍ତା ୩ ତାରିଖରେ ଫିଲ୍ମର ନିର୍ଦେଶକ ସଂଜୟ ନାୟକ ଏନେଇ କୋର୍ଟରେ ତାଙ୍କ ପକ୍ଷ ରଖିବେ । ରିଲିଜର ଦିନକ ପୂର୍ବରୁ ବିବାଦରେ ଛନ୍ଦି ହୋଇପଡିଥିଲା ଓଲିଉଡର ଏହି ଚର୍ଚିତ ଫିଲ୍ମ । ଫିଲ୍ମରେ ଓଲିଉଡ୍ କମେଡିଆନ୍ ପପୁ ପମପମଙ୍କ ବ୍ୟକ୍ତିଗତ କାହାଣୀ ଓ ଅତ୍ୟଧିକ ଅଶ୍ଲୀଳ ସିନ୍ ଥିବା ଅଭିଯୋଗ କରି ରିଲିଜ୍ ଉପରେ ରୋକ ଲଗାଇବାକୁ କୋର୍ଟରେ ମାମଲା ଦାୟର କରିଥିଲେ ଆବେଦନକାରୀ ।
ବାଦ ବିବାଦ ପରେ ଆଜି ରିଲିଜ ହେଉଛି ଓଡ଼ିଆ ଫିଲ୍ମ"ଭାଇନା କଣ କଲା ସେ '
/kanak/media/post_attachments/wp-content/uploads/2016/09/vlcsnap-2016-09-15-19h19m17s844.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)