ମୁହଁ ଖୋଲିଲେ ମାନ୍ । କହିଲେ, ମାତ୍ର ୧୦୦୦ ଲୋକଙ୍କୁ ପୂରା ପଞ୍ଜାବ କୁହାଯାଇପାରିବ ନାହିଁ, ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ବିଦେଶରୁ ଫଣ୍ଡିଂ ଆସୁଛି ।

ମୁହଁ ଖୋଲିଲେ ମାନ୍ । କହିଲେ, ମାତ୍ର ୧୦୦୦ ଲୋକଙ୍କୁ ପୂରା ପଞ୍ଜାବ କୁହାଯାଇପାରିବ ନାହିଁ, ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ବିଦେଶରୁ ଫଣ୍ଡିଂ ଆସୁଛି ।

କନକ ବ୍ୟୁରୋ : ମୁହଁ ଖୋଲିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଅଜନାଲା ଥାନାରେ ଖଲିସ୍ତାନୀ ସମର୍ଥକଙ୍କ ଆକ୍ରମଣ ଘଟଣାରେ ବଡ ବୟାନ ଦେଇଛନ୍ତି ମାନ୍ । ସାମ୍ବାଦିକ ସମ୍ମିଳନୀରେ ମାନ୍ କହିଛନ୍ତି, ମାତ୍ର ୧୦୦୦ ଲୋକଙ୍କୁ ଆପଣ ପୂରା ପଞ୍ଜାବ କହିପାରିବେ ନାହିଁ । କିଛି ଏଭଳି ପ୍ରକୃତିର ଲୋକ ଅଛନ୍ତି ଯେଉଁମାନଙ୍କୁ ବିଦେଶ ତଥା ପାକିସ୍ତାନରୁ ଫଣ୍ଡିଙ୍ଗ ଆସେ । ଆଉ ଏଭଳି ଖଳ ପ୍ରକୃତିର ଲୋକ ହିଁ ପଞ୍ଜାବର ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି ।

ଗତ ଗୁରୁବାର ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଓ ତାଙ୍କର ସମର୍ଥକ ଅମୃତସରର ଅଜନାଲା ଥାନା ଉପରେ ଆକ୍ରମଣ କରିଥିଲେ । ନିଜର ସାଥୀ ଲଭପ୍ରୀତ୍ ସିଂ ତୁଫାନଙ୍କୁ ଜେଲରୁ ଛଡାଇବାକୁ ଥାନାରେ ଆକ୍ରମଣ କରିଥିଲେ ଅମୃତପାଲ । ଏହି ଆକ୍ରମଣରେ ଅନେକ ପୋଲିସ କର୍ମୀ ଆହତ ହୋଇଥିଲେ । ପରେ ଚାପରେ ଆସି ଲଭପ୍ରୀତ୍ ତୁଫାନଙ୍କୁ ଛାଡି ଦିଆଯାଇଥିଲା । କିନ୍ତୁ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ଲଭପ୍ରୀତଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡି ଦିଆଯାଇଥିଲା ।

ତେବେ ଏହି ଘଟଣାକୁ ନେଇ ପଞ୍ଜାବ ପୋଲିସକୁ ଗୃହ ମନ୍ତ୍ରାଳୟ ରିପୋର୍ଟ ମାଗିଛି । ଏହି ଘଟଣାକୁ ଗମ୍ଭୀରତାର ନେଇ ଯଥାଶୀଘ୍ର ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି ଗୃହମନ୍ତ୍ରାଳୟ । ଅନ୍ୟପଟେ ମାନ୍ ଏହି ଘଟଣାକୁ ନେଇ କହିଛନ୍ତି, ପଞ୍ଜାବକୁ କାହିଁକି ଡ୍ରୋନ ଯୋଗେ ଅସ୍ତ୍ରଶସ୍ତ୍ର ଆସୁଛି । କାରଣ ବିଦେଶରେ ବସିଥିବା ତାଙ୍କର ମୁଖିଆ ପଞ୍ଜାବର ଶାନ୍ତିକୁ ଭଙ୍ଗ କରିବାକୁ ଚାହୁଁଛନ୍ତି । କିନ୍ତୁ ପଞ୍ଜାବର ଭାଇଚାରା ଓ ଶାନ୍ତି କେବେ ଭଙ୍ଗ ହେବ ନାହିଁ ।

ଗତ ୧୮ ଫେବ୍ରୁଆରୀରେ ଦଙ୍ଗା ଓ ଅପହରଣ ଅଭିଯୋଗରେ ଲଭପ୍ରୀତ୍ ସିଂ ତୋଫାନଙ୍କୁ ଗିରଫ କରିଥିଲା ପଞ୍ଜାବ ପୋଲିସ । ଏହାପରେ ଲଭପ୍ରୀତଙ୍କୁ ଛାଡିଦେବାକୁ ପଞ୍ଜାବର ବିଭିନ୍ନ ସ୍ଥାନରେ ଦାବି ହୋଇଥିଲା । କିନ୍ତୁ ପୋଲିସ ଏହି ଦାବି ପ୍ରତି ଗୁରୁତ୍ୱ ନ ଦେବାରୁ ଅମୃତପାଲ ସିଂଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏପରିକି ଲଭପ୍ରୀତଙ୍କୁ ଜେଲରୁ ମୁକୁଳାଇବାକୁ ଥାନା ଉପରେ ଆକ୍ରମଣ କରିଥିଲେ ଅମୃତପାଲ ଓ ତାଙ୍କର ସମର୍ଥକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe