ଆସନ୍ତା କାଲି ବିବାହ ବନ୍ଧନରେ ବାନ୍ଧିହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହା ସହିତ ହେଉଛି ବାହାଘର

1,605

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସକୁ ପରାଜିତ କରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନ ହାତେଇଥିବା ଆମ୍ ଆଦମୀ ପାର୍ଟିର ନେତା ଭଗୱନ୍ତ ମାନ୍ ଆସନ୍ତାକାଲି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଆସନ୍ତା କାଲି ଚଣ୍ଡିଗଡରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କର ବାହାଘର ଅନୁଷ୍ଠିତ ହେବ । ଏହି ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ହେଲେ କମ୍ ଲୋକ ଓ ସାଧାରଣ ସାଜସଜାରେ ଏହି ବାହାଘର ଅନୁଷ୍ଠିତ ହେବ ବୋଲି କୁହାଯାଉଛି ।

କହିରଖୁ କି ୪୮ ବର୍ଷିୟ ମାନ୍ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ୬ ବର୍ଷ ତଳେ ସେ ତାଙ୍କର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌରଙ୍କୁ ଛାଡପତ୍ର ଦେଇଥିଲେ । ମାନଙ୍କର ଦୁଇଟି ପିଲା ଏବେ ଇନ୍ଦରପ୍ରୀତଙ୍କ ସହ ଆମେରିକାରେ ରହୁଛନ୍ତି ।

ଜଣେ ହାସ୍ୟ ଅଭିନେତାରୁ ରାଜନେତା ହୋଇଥିବା ଭଗୱନ୍ତ ମାନ୍ ୨୦୧୪ ମସିହାରେ ପ୍ରଥମ ଥର ପଞ୍ଜାବର ସଙ୍ଗୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୫ ମସିହାରେ କୌଣସି କାରଣରୁ ତାଙ୍କ ପତ୍ନୀ ଇନ୍ଦରପ୍ରୀତ କୌରଙ୍କ ସହ ତାଙ୍କର ଛାଡପତ୍ର ହୋଇଥିଲା । ୨୦୧୯ ରେ ବି ଭଗୱନ୍ତ ମାନ ସଂଗୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୨ ରେ ସେ ସାଂସଦ ପଦରୁ ଇସ୍ତଫା ଦେଇ ଆମ୍ ଆଦମୀ ପାର୍ଟି ଟିକେଟରୁ ବିଧାୟକ ଭାବେ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ହେବା ପରେ ମାନ୍ କହିଥିଲେ କି ରାଜନୀତି କାରଣରୁ ସେ ପରିବାରକୁ ସମୟ ଦେଇପାରି ନଥିଲେ । ଏହି କାରଣରୁ ତାଙ୍କ ପତ୍ନୀ ତାଙ୍କୁ ଛାଡି ଦେଇଥିଲେ । ଏହାପରେ ମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ତାଙ୍କ ପାଇଁ ପଞ୍ଜାବବାସୀଙ୍କ ସମସ୍ୟା ତାଙ୍କ ପରିବାରର ସମସ୍ୟା ଠାରୁ ବଡ ବୋଲି କହିଥିଲେ ।