କନକ ବ୍ୟୁରୋ : ବିଜ୍ଞାନ ଆଗଉଛି ତ ଟେକ୍ନୋଲୋଜୀ ବି ଆଗେଇ ଚାଲିଛି । ରାସ୍ତା ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ବାଲି ଗୋଡି ଓ ସିମେଣ୍ଟ ସ୍ଥାନରେ ଏବେ ବର୍ଜ୍ୟ ପ୍ଲାଷ୍ଟିକରେ ନିର୍ମାଣ ହେଉଛି ରାସ୍ତା । ଏହି ବର୍ଜ୍ୟ ପ୍ଲାଷ୍ଟିକକୁ ବ୍ୟବହାର କରି ପ୍ରଥମଥର ପାଇଁ ଦେଶର ପଞ୍ଜାବ ରାଜ୍ୟରେ ନିର୍ମାଣ ଚାଲିଛି ସଡକ ।

Advertisment

ଭଗୱନ୍ତ ମାନଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଭଟିଣ୍ଡା ନଗର ନିଗମରେ ବର୍ଜ୍ୟ ପ୍ଲାଷ୍ଟିକରୁ ନିର୍ମାଣ ହେଉଛି ରାସ୍ତା । ଏନେଇ ବିଭାଗୀୟ ମନ୍ତ୍ରୀ ଇନ୍ଦରବୀର ସିଂ ସୂଚନା ଦେଇଛନ୍ତି ଯେ ଏବେ ସଡକ ନିର୍ମାଣ ପାଇଁ ବର୍ଜ୍ୟ ପ୍ଲାଷ୍ଟିକ କିଭଳି ବ୍ୟବହାର କରାଯାଇ ପାରିବ ତାର ଫର୍ମଲା ମିଳିଯାଇଛି ଓ ପଞ୍ଜାବ ସରକାର ଏବେ ଏହି ପ୍ଲାଷ୍ଟିକରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ମୁତାବକ ୧ ହଜାର ଫୁଟ୍ ରାସ୍ତା ନିର୍ମାଣରେ ପାଖାପାଖି ୮ ପ୍ରତିଶତ ବର୍ଜ୍ୟ ପ୍ଲାଷ୍ଟିକ ବ୍ୟବାହାର କରାଯାଇଛି । ଏହାଦ୍ୱାରା ଗୋଟିଏ ପଟେ ସଡକ ନିର୍ମାଣ ହୋଇପାରୁଥିବା ବେଳେ ବର୍ଜ୍ୟ ପ୍ଲାଷ୍ଟିକର ଅବଶେଷକୁ ନେଇ ଚିନ୍ତାରେ ଥିବା ସରକାରଙ୍କୁ ଏଥିରୁ ମୁକ୍ତି ମଳିବାକୁ ଯାଉଛି ।

ସୂଚନା ଥାଉକି ଦେଶରେ ବର୍ଜ୍ୟ ପ୍ଲାଷ୍ଟିକକୁ କିଭଳି ନଷ୍ଟ କରାଯିବ ତାହାକୁ ନେଇ କେନ୍ଦ୍ର ସରକାର ବି ଚିନ୍ତାରେ ଅଛନ୍ତି । ହେଲେ ଅନ୍ୟ ବିକାସଶୀଳ ଦେଶମାନେ ଏହି ପ୍ଲାଷ୍ଟିକରୁ ରାସ୍ତା ନିର୍ମାଣ କରୁଥିବା ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ଏବେ ପଞ୍ଜାବ ସରକାର ଏହାର ପ୍ରୟୋଗ ଆରମ୍ଭ କରିଦେଇଛନ୍ତି । ଏହା ଫଳରେ ରାସ୍ତା ନିର୍ମାଣର ଖର୍ଚ୍ଚ କମୁଥିବା ବେଳେ ବର୍ଜ୍ୟ ପ୍ଲାଷ୍ଟିକୁ ନେଇ ଥିବା ଚିନ୍ତା ଦୂର ହେବ ବୋଲି କୁହାଯାଉଛି ।