ବହି ନୁହେଁ ମୋବାଇଲରେ ମିଳିବ ଭଗବତ ଗୀତା । ୧୫ ଶହ ଭାଷାରେ ହେବ ଉପଲବ୍ଧ ।

156

କନକ ବ୍ୟୁରୋ: ବିଶ୍ୱ ଦରବାରରେ ଭିନ୍ନ ଢଙ୍ଗରେ ପହଞ୍ଚିିବ ଭଗବତ ଗୀତା ।  ୧୫ ଶହ ଭାଷାରେ ଉପଲବ୍ଧ ହେବ ଭଗବତ ଗୀତା । ଏଥର ବହି ନୁହେଁ ଅଡିଓ ଭିଜୁଆଲ ବା ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଭଗବତ ଗୀତାର ମର୍ମ ବୁଝିବେ ଭଗବତ ପ୍ରେମୀ । ଏଥର ଭଗବତ ଗୀତାକୁ ବିଜ୍ଞାନର ତତ୍ତ୍ୱ ଓ ତର୍କ ସହ ବୁଝିପାରିବେ ଦର୍ଶକ ।  ମୋଟା ମୋଟା ବହି କିମ୍ବା ବଡ ବଡ ଡିଭାଇସ ନୁହଁ ଆପଣଙ୍କ ମୋବାଇଲରେ ପାଇପାରିବେ ଏହି ସୁବିଧା । ଡିଜିଟାଲ ୟୁଗରେ ବୈଷୟିକ କୌଶଳ ବ୍ୟବହାର କରି ଭଗବତ ଗୀତାକୁ ସମଗ୍ର ବିଶ୍ୱରେ ଭିନ୍ନ ଡଙ୍ଗରେ ପ୍ରଚାର ପ୍ରସାର କରିବାକୁ ଯୋଜନା କରିଛନ୍ତି ଆମେରିକାର ଅନ୍ତରୀକ୍ଷ ବୈଜ୍ଞାନିକ ଡ. ବିଜୟ ଦାଶ । ୨୦୦ ଏପିସୋଡରେ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଭିଡିଓ । ମୋବାଇଲରେ ସ୍ୱତନ୍ତ୍ର ଆପ୍ଲିକେସନ ଇନଷ୍ଟଲ କରି ବୈଜ୍ଞାନିକ ତତ୍ତ୍ୱରେ ଭଗବତ ଗୀତାର  ଭିନ୍ନ ଶୈଳୀକୁ ଦେଖିପାରିବେ । ଏହାସହ ଥ୍ରୀ ଡି ଗ୍ଲାସ ପିନ୍ଧି ଭଗବତ ଗୀତାର ପତ୍ୟେକ ସମୟକୁ ଅନୁଭବ କରିପାରିବେ ଦର୍ଶକ ।