ଭାରତକୁ ଆଜାଦ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଶହିଦ କ୍ରାନ୍ତିକାରୀ ଭଗତ ସିଂଙ୍କୁ ଆଜି ଛୁଆଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ସହ ପରିଚିତ ଏବଂ ସମୟ ସମୟରେ ବଲିଉଡରେ ମଧ୍ୟ ଦେଶର ସ୍ୱତନ୍ତ୍ରତାକୁ ନେଇ ଅନେକ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଏହିଭଳି ବର୍ଷକ ମଧ୍ୟରେ ଭଗତ ସିଂଙ୍କ ଉପରେ ୩ଟି ଫିଲ୍ମ ରିଲିଜ ହୋଇଥିଲା । ତେବେ ଆସନ୍ତୁ ଜାଣିବା କଣ କଣ ଥିଲା ସେହି ଫିଲ୍ମ ।

Advertisment

publive-image

ଏଠାରେ ଆମେ କହି ରଖୁଛୁ ଯେ ୨୦୦୨ରେ କ୍ରାନ୍ତିକାରୀ ଭଗତ ସିଂଙ୍କ ଉପରେ ଆସିଥିବା ଫିଲ୍ମ ‘ଶହିଦ ଏ ଆଜମ’ରିଲିଜ ହୋଇଥିଲା । ଫିଲ୍ମ ଭଗତ ସିଂଙ୍କ ଭୂମିକା ଅଭିନେତା ସୋନୁ ସୁଦ ତୁଲାଇ ଥିଲେ । ଏହାସହ ଫିଲ୍ମରେ ଶମା ସିକନ୍ଦର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମ ଯଦିଓ ଅଧିକ ବ୍ୟବସାୟ କରି ପାରିନଥିଲା ମାତ୍ର ଏହି ଫିଲ୍ମ ଦର୍ଶକ ଖୁବ ପସନ୍ଦ କରିଥିଲେ ।

publive-image

୨୦୦୨ରେ ଫିଲ୍ମ ୭ଜୁନରେ ‘୨୩ମାର୍ଚ୍ଚ ୧୯୩୧ ଶହିଦ’ ଦେଖିବାକୁ ମିଳିଥିଲା । ଫିଲ୍ମରେ ଦେଓଲ ଭାଇ ବବି ଦେଓଲ ଏବଂ ସନି ନଜର ଆସିଥିଲେ । ବବି ଭଗତ ସିଂ ଭୂମିକା ତୁଲାଇଥିବା ବେଳେ ସନି ଚନ୍ଦ୍ର ଶେଖର ଆଜାଦଙ୍କ ଭୂମିକାରେ ନଜର ଆସିଥିଲେ । ଫିଲ୍ମ ଗୁଡ୍ଡୁ ଧନୱା ଡିରେକ୍ଟ କରିଥିଲେ ।

publive-image

ମାତ୍ର ଆଶ୍ଚର୍ୟ୍ୟକର କଥା ହେଉଛି ଏହି ଫିଲ୍ମ ‘ଦ ଲେଜେଂଡ ଅଫ ଭଗତ ସିଂ’ମଧ୍ୟ ୭ଜୁନ ୨୦୦୨ରେ ରିଲିଜ ହୋଇଥିଲା । ଫିଲ୍ମରେ ଅଜୟ ଦେବଗନ ଭଗତ ସିଂ ଭୂମିକାରେ ହିଟ ହୋଇଥିଲେ ଏବଂ ଦୁଇଟି ଯାକ ସିନେମା ମଧ୍ୟରେ ଜବରଦସ୍ତ ଟକ୍କର ହୋଇଥିଲା । ଏଠାରେ ଆମେ କହି ରଖୁଛୁ ଯେ ଅଜୟଙ୍କ ଫିଲ୍ମ ବାଜି ମାରି ନ୍ୟାସନାଲ ଆୱାର୍ଡ ହାସିଲ କରିଥିଲେ ।