ଆଜି ହେଉଛି ଭାରତମାତାର ସୁଯୋଗ୍ୟ ସନ୍ତାନ ସହିଦ୍ ଭଗତ ସିଂହଙ୍କ ୧୧୨ ତମ ଜୟନ୍ତୀ ! ଯାହାଙ୍କ ବେକରେ ମାତ୍ର ୨୩ ବର୍ଷ ବୟସରେ ଝୁଲିଥିଲା ଫାଶୀ , ଆଉ ପାଟିରେ ଥିଲା ଇନକଲାବ୍ ଜିନ୍ଦାବାଦର ନାରା

ଆଜି ହେଉଛି ଭାରତମାତାର ସୁଯୋଗ୍ୟ ସନ୍ତାନ ସହିଦ୍ ଭଗତ ସିଂହଙ୍କ ୧୧୨ ତମ ଜୟନ୍ତୀ ! ଯାହାଙ୍କ ବେକରେ ମାତ୍ର ୨୩ ବର୍ଷ ବୟସରେ ଝୁଲିଥିଲା ଫାଶୀ , ଆଉ ପାଟିରେ ଥିଲା ଇନକଲାବ୍ ଜିନ୍ଦାବାଦର ନାରା

ଆଜାଦ୍ ହିନ୍ଦ୍ ପାଇଁ ସେତୁ ତୋଳିଥିବା ଏବଂ ହସି ହସି ମାତୃଭୂମି ପାଇଁ ଶୂଳିରେ ଚଢିଥିବା ଦେଶଭକ୍ତ ସହିଦ୍ ଭଗତ ସିଂହଙ୍କ ଆଜି ହେଉଛି ଜୟନ୍ତୀ । ଆଜି ସାରା ଦେଶରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ସହିଦ୍ ଭଗତ ସିଂହଙ୍କ ୧୧୨ ତମ ଜୟନ୍ତୀ ପାଳନ କରାଯାଉଛି । ନିଜ ସାହସୀ ଚିନ୍ତାଧାରା, ମାତୃଭୂମି ପାଇଁ ବଳିଦାନ ଦେବାର ବିଚାରଧାରା ଏବଂ ନିଡର ବ୍ୟକ୍ତିତ୍ୱ ପାଇଁ ସହିଦ୍ ଭଗତ ସିଂହ ଆଜିବି ଯୁବସମାଜର ହୃଦୟରେ ଜ୍ୱାଳାମୁଖୀ ଭଳି ଜଳୁଛନ୍ତିି । ମାତ୍ର ୨୩ ବର୍ଷ ବୟସରେ ଭାରତବର୍ଷ ଏବଂ ସମାଜକୁ ଦିଗଦର୍ଶନ ଦେବା ପାଇଁ ସେ ଯାହା ଲେଖିଗଲେ ତାହା ଦେଶ ପାଇଁ ଲଢୁଥିବା ଅନ୍ୟ ସଂଗ୍ରାମୀଙ୍କ ଠାରୁ ତାଙ୍କୁ ଭିନ୍ନ କରିଥାଏ ।

publive-image

ସହିଦ୍ ଭଗତ ସିଂହ ଜନ୍ମ ପଞ୍ଜାବ ଲାୟପୁର ଜିଲ୍ଲ୍ାର ବଙ୍ଗାଠାରେ ୧୯୦୭ ସେପ୍ଟେମ୍ବର ୨୮ ତାରିଖରେ ହୋଇଥିଲା । ବାପା କିଶନ୍ ସିଂହ ଏବଂ ମାତା ବିଦ୍ୟାବତୀଙ୍କ ଘରେ ଜନ୍ମ ନେଇଥିବା ଭଗତ୍ ସିଂହଙ୍କ ଦାଦା ଅଜିତ୍ ସିଂହ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଲାହୋରର ଡିଏବି ହାଇସ୍କୁଲରେ ତାଙ୍କ ପାଠପଢା ସମ୍ପର୍ଣ୍ଣ ହୋଇଥିଲା । ୧୯୧୯ ଏପ୍ରିଲ୍ ୧୩ ରେ ହୋଇଥିôବା ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ପରେ ୧୨ ବର୍ଷର ଭଗତ୍ ସିଂହଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିଥିଲା । ଜାଲିଆନାୱାଲାବାଗ୍ ର ରକ୍ତ ରଞ୍ଜିତ ମାଟିରେ ଠିଆ ହୋଇ ସେ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଲାହୋର୍ ନ୍ୟାସନାଲ୍ କଲେଜରେ ପାଠପଢା ଶେଷ କରି ସେ “ନୌଯବାନ ଭାରତ ସଭା” ସ୍ଥାପନ କରିଥିଲେ । ସୁଖଦେବ ଏବଂ ରାଜଗୁରୁଙ୍କ ସହ ମିଶି ସେ କାକୋରୀ କାଣ୍ଡ ଭିଆଇଥିଲେ । ରାଜଗୁରୁଙ୍କ ସହ ମିଶି ଭଗତ୍ ସିଂହ ୧୯୨୮ ଡିସେମ୍ବର ୧୭ ରେ ଲାହୋରରେ ଜଣେ ଇଂରେଜ ପୋଲିସ୍ ଅଫିସରଙ୍କୁ ଗୁଳି ମାରିଥିଲେ । ଯେଉଁଥିରେ ଚନ୍ଦ୍ରଶେଖର ଆଜାଦ୍ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ଭଗତ୍ ସିଂହଙ୍କ ‘ଇନକଲାବ୍ ଜିନ୍ଦାବାଦ୍’ ନାରା ଲୋକଙ୍କ ମନରେ ଏକ ଭିନ୍ନ ଛାପ ଛାଡିଯାଇଛି । ଏହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଅକ୍ଟୋବର ୭ , ୧୯୩୦ ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏହି କଥାରେ ଭାଙ୍ଗି ନ ପଡି ସେ ସାହାସର ସହ ଫାଶୀଦଣ୍ଡକୁ ହସି ହସି ସ୍ୱୀକାର କରିଥିଲେ । ୧୯୩୧ ମାର୍ଚ୍ଚ ୨୪ ତାରିଖରେ ତାଙ୍କୁ ଫାଶୀ ଦେବା ପାଇଁ ନିଷ୍ପତ୍ତି କରାଯାଇଥିବା ବେଳେ ଇଂରେଜ ସରକାର ନିଜ ଡର କାରଣରୁ ଏହାର ୧୧ ଘଣ୍ଟା ପୂର୍ବରୁ ହିଁ ମାର୍ଚ୍ଚ ୨୩ ,୧୯୩୧ ସମୟ ୭.୩୦ ସମୟରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe