କନକ ବ୍ୟୁରୋ: କୁହାଯାଏ ସ୍ୱର୍ଗରୁ ହିଁ ବିଧାତା ଗଢିଥାଆନ୍ତି ଜୀବନସାଥୀଙ୍କ ଯୋଡି । ଯିଏ ଯାହା ହେବ ସିଏ ବୁଲି ବୁଲି ଆସି କେମିତି ନା କେମିତି ତା’ ପାଖରେ ପହଞ୍ଚିଯାଏ । ବିହାର ଭାଗଲପୁରରେ ଏଭଳି ଏକ ଯୋଡି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ନିମନ୍ତ୍ରଣ ନଥାଇ ବି ଏଭଳି ଯୋଡିକୁ ଦେଖିବାକୁ ବିହାରରେ ହଜାର ହଜାର ଅତିଥି ଯୋଗ ଦେଇଥିବା କୁହାଯାଉଛି । ଏହି ବିବାହ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା କାରଣ ବରର ଉଚ୍ଚତା ମାତ୍ର ୩୬ ଇଞ୍ଚକୁ କନ୍ୟାର ଉଚ୍ଚତା ମାତ୍ର ୩୪ ଇଞ୍ଚ ।
ସୂଚନା ମୁତାବକ, ୨୪ ବର୍ଷିୟା କନ୍ୟା ମମତା , ଗୁଜୋ ମଣ୍ଡଳଙ୍କ ଝିଅ । ତାଙ୍କର ବିବାହ ମସାରୁ ନିବାସୀ ବିଦେଶ୍ୱରୀ ମଣ୍ଡଳଙ୍କ ପୁଅ ମୁନ୍ନା ଭାରତୀଙ୍କ ସହ ହୋଇଛି । ବର ଏବଂ କନ୍ୟା ଉଭୟ ଭାଗଲପୁର ଜିଲ୍ଲାର ବାସିନ୍ଦା । ଉଚ୍ଚତା କମ ଥିବାରୁ ଦୁହିଁଙ୍କୁ ବିବାହ କରିବାରେ ସମସ୍ୟା ହୋଇଥିଲା । ଅନେକ ଦିନ ପରିବାର ଲୋକ ଖୋଜାଖୋଜି କରିବା ପରେ ଶେଷରେ ମମତା ଓ ମୁନ୍ନା ପରସ୍ପରକୁ ଖୋଜି ପାଇଥିଲେ । ଦୁହିଁଙ୍କ ବିବାହ ଏତେ ସ୍ୱତନ୍ତ୍ର ଥିଲା ଯେ, ବିବାହ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା ।
Follow Us