ନବଜାତକ ଶିଶୁକୁ ମୁହଁରେ ଧରି ବୁଲୁଥିଲା କୁକୁର । ଦେଖଣାହାରୀ ଭୟରେ ଦୌଡିଲେ

81

ବିହାରର ଭାଗଲପୁରରେ ଏକ ହୃଦୟ ବିଦାରକ ଫଟୋ  ସାମ୍ନାକୁ ଆସିଛି । ଏଠାରେ ଗୋଟିଏ କୁକୁର ଏକ ନବଜାତ ଝିଅର ମୃତଦେହ ପାଟିରେ ଧରି ବୁଲୁଥିଲା । ଯିଏ ଏହି ଦୃଶ୍ୟ ଦେଖିଲା ଭୟରେ ଥରି ଉଠିଲା । ବହୁ କଷ୍ଟରେ ଲୋକମାନେ ଝିଅର ମୃତ ଶରୀରକୁ କୁକୁରର ମୁହଁରୁ ଛଡାଇ  କରି ପୋଲିସକୁ ଜଣାଇଥିଲେ ।

ବିହାରର ଭାଗଲପୁରରେ ମନକୁ ବିବ୍ରତ କଲାପରି ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଏକ କୁକୁର ନବଜାତ ଶିଶୁର ମୃତଦେହକୁ ନିଜ ମୁହଁରେ ନେଇ ବୁଲୁଥିଲା । ଯିଏ ଏହି ଦୃଶ୍ୟ ଦେଖିଲା ଭୟଭୀତ ହୋଇ ଥରି ଉଠିଲା । ଏହା ପରେ ଲୋକମାନେ ବହୁ କଷ୍ଟରେ କୁକୁରର ମୁହଁରୁ ମୃତଦେହକୁ ବାହାର କରି ପୋଲିସକୁ ଜଣାଇଥିଲେ ।  ମୃତ ଦେହଟି ଏକ କନ୍ୟା ସନ୍ତାନର ଥିଲା ବୋଲି ଜଣାପଡିଛି ।  ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ବିହାରର ନାଭଗାଚିଆ ପୋଲିସ ଜିଲ୍ଲାର ପୋଲିସ ଷ୍ଟେସନ ଛକ ନିକଟରେ ଏହି ଘଟଣା ଘଟିଛି । ନାଭଗାଚିଆ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।ଝିଅଟି କିଏ? ସେ କେଉଁଠାରେ ଏବଂ କିପରି ମୃତ୍ଯୁବରଣ କଲା ?  କୁକୁର କେଉଁଠାରୁ ତାଙ୍କ ମୃତଦେହ ଆଣିଲା ଏହିପରି ତଥ୍ୟ ଜାଣିବାପାଇଁ ପୋଲିସ ତଦନ୍ତ କରୁଛି । ଝିଅଟିର ପିତାମାତାଙ୍କ ବିଷୟରେ ମଧ୍ୟ ପୋଲିସ ଜାଣିବାକୁ ଚେଷ୍ଟା କରୁଛି । ଝିଅଟିର ମୃତଦେହ ଏହିପରି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଛି । ଲୋକମାନେ ମଧ୍ୟ ସେହି ଝିଅର ମା’ଙ୍କୁ ଗାଳି ଦେଉଛନ୍ତି । ଯେଉଁ ମା’ ନିଜ ସନ୍ତାନକୁ ଜନ୍ମ ଦେବା ପରେ ତାକୁ ମୃତ କିମ୍ବା ଜୀବନ୍ତ ଫିଙ୍ଗି ଦେଇଥିଲେ ଯେଉଥିପାଇଁ କୁକୁର ତା ଶବକୁ ଧରି ବୁଲୁଥିଲା । କିଛି ଲୋକ ଏହାକୁ ମା’ର କିଛି ଅସୁବିଧା ଥାଇପାରେ ବୋଲି ମଧ୍ୟ କହୁଛନ୍ତି ।  ଏହି ମାମଲାରେ ନାଭଗାଚିଆ ପୋଲିସ ଷ୍ଟେସନ ଅଧିକାରୀ  ଗୋଟେ ଝିଅର ଶବ ମିଳିଛି ବୋଲି କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । କୁକୁରଟି ନବଜାତ ଶିଶୁର ଶବ କେଉଁଠୁ ପାଇଲା ଏବଂ ମୃତଦେହ କାହାର ଥିଲା ? ଏ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ ।