ପିଲା ଚୋର ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭଦ୍ରକ ସିମୁଳିଆ ଥାନା ଅଂଚଳରୁ ଜଣେ ପଂଚମ ଶ୍ରେଣୀ ଛାତ୍ରକୁ ଚୋରାଇ ନେଉଥିବା ଅଭିଯୋଗ

175

କନକ ବ୍ୟୁରୋ : ପିଲା ଚୋର ସନ୍ଦେହରେ ଜଣେ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ସିମୁଳିଆ ଥାନା ଅଂଚଳର ବେତଡା-ପାଇଟରଣା ଗାଁର ଏହି ଘଟଣାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ବୃଦ୍ଧଙ୍କୁ ଏକ ଗଛରେ ହାତ ଓଲଟାଇ ବାନ୍ଧି ମାଡ ମାରିଛନ୍ତି । ଉପସ୍ଥିତ ଲୋକେ ମୋବାଇଲରେ ସେହି ସମୟର ଭିଡିଓ ସୁଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଉତ୍ତ୍ୟକ୍ତ ଗ୍ରାମବାସୀ ବୃଦ୍ଧଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଜଣାପଡୁଛି । ବୃଦ୍ଧ ଜଣଙ୍କ ଜଣେ ପଂଚମ ଶ୍ରେଣୀ ଛାତ୍ରଙ୍କୁ ଚୋରି କରି ନେଇଯିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡିଥିବା ଅଭିଯୋଗ ହୋଇଛି । ଗାଁ ଲୋକେ ବୃଦ୍ଧଙ୍କୁ କାବୁ କରି ଏକ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ବୃଦ୍ଧଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।