କନକ ବ୍ୟୁରୋ : ପିଲା ଚୋର ସନ୍ଦେହରେ ଜଣେ ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ସିମୁଳିଆ ଥାନା ଅଂଚଳର ବେତଡା-ପାଇଟରଣା ଗାଁର ଏହି ଘଟଣାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ବୃଦ୍ଧଙ୍କୁ ଏକ ଗଛରେ ହାତ ଓଲଟାଇ ବାନ୍ଧି ମାଡ ମାରିଛନ୍ତି । ଉପସ୍ଥିତ ଲୋକେ ମୋବାଇଲରେ ସେହି ସମୟର ଭିଡିଓ ସୁଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।
ଉତ୍ତ୍ୟକ୍ତ ଗ୍ରାମବାସୀ ବୃଦ୍ଧଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ଜଣାପଡୁଛି । ବୃଦ୍ଧ ଜଣଙ୍କ ଜଣେ ପଂଚମ ଶ୍ରେଣୀ ଛାତ୍ରଙ୍କୁ ଚୋରି କରି ନେଇଯିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡିଥିବା ଅଭିଯୋଗ ହୋଇଛି । ଗାଁ ଲୋକେ ବୃଦ୍ଧଙ୍କୁ କାବୁ କରି ଏକ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ବୃଦ୍ଧଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/14-20.jpg)