କର୍ଫ୍ୟୁ ବେଳେ ଦୋକାନ ଖୋଲାଇ ଶାଢୀ କିଣି ହଟହଟା ହେଲେ ବନ୍ତ ତହସିଲଦାର: ସଂଧ୍ୟା ୭ଟା ପରେ ଅଗରପଡା ବଜାରରେ କିଣୁଥିଲେ ଶାଢୀ; ସ୍ଥାନୀୟ ଲୋକେ ପଚାରିବାରୁ କଲେ ଯୁକ୍ତିତର୍କ

1,277

କନକ ବ୍ୟୁରୋ: କର୍ଫ୍ୟୁ କଟକଣା ସମୟରେ ଶାଢୀ କିଣାକୁ ନେଇ ଚର୍ଚାରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାର । ସଂଧ୍ୟା ୭ଟା ପରେ ଯେତେବେଳେ ବଜାର ବନ୍ଦ ହୋଇ ଯାଇଥିଲା ଲୁଗା ଦୋକାନ ଖୋଲାଇ ଶାଢୀ କିଣୁଥିଲେ ତହସିଲଦାର । କିଛି ଶାଢୀକୁ ପସନ୍ଦ ବି କରୁଥିଲେ । ଏତିକି ବେଳେ ତାଙ୍କୁ ଘେରିଥିଲେ ସ୍ଥାନୀୟ ଲୋକେ । ସାଧାରଣ ଜନତାଙ୍କ ପାଇଁ କଟକଣା ଗୋଟିଏ, ତହସିଲଦାରଙ୍କ ପାଇଁ କିପରି ଅଲଗା ବୋଲି ପ୍ରଶ୍ନ କରିଥିଲେ ଲୋକେ ।

ଏହାକୁ ନେଇ ଲୋକଙ୍କ ସହ ବନ୍ତ ତହସିଲଦାରଙ୍କ ଲୁଗା ଦୋକାନ ଭିତରେ ପ୍ରବଳ ବଚସା ହୋଇଥିଲା । ଯାହାର ପୁରା ଚିତ୍ର କଏଦ ହୋଇଥିଲା ମୋବାଇଲରେ । ଏହି ଭିଡିଓ ଭାଇରାଲ ହେବା ପରେ ଘଟଣା ନେଇ ଭଦ୍ରକ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ବନ୍ତ ତହସିଲଦାର ଗତ ୧୯ ତାରିଖରେ ସଂଧ୍ୟା ୭ଟା ପରେ ଅଗରପଡା ବଜାରରେ ଲୁଗା ଦୋକାନ ଖୋଲାଇ ଶାଢୀ କିଣୁଥିଲେ ।