କନକ ବ୍ୟୁରୋ : ନ୍ୟାୟ ପାଇଁ ଭଦ୍ରକ ଏସପି ଅଫିସ ଆଗରେ ଆତ୍ମହୂତି ଉଦ୍ୟମ । ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବେଲଦା ଗାଁର ଜୋସ୍ନାରାଣୀ ପାତ୍ର ଓ ପୁଅ ପଂଚାନନ ପାତ୍ର ଜମିଜମା ମାମଲାକୁ ନେଇ କୋର୍ଟରୁ ଡ଼ିଗ୍ରୀ ପାଇଥିଲେ । ଡ଼ିଗ୍ରୀ ପରେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ଗୃହ ନିର୍ମାଣ କରୁଛନ୍ତି ।

Advertisment

ଏହି ଘଟଣାକୁ ନେଇ ମାଆ ଓ ପୁଅ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଥିଲେ । ଶେଷରେ ଏସପି ଅଫିସରେ ପହଂଚି ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ ମଧ୍ୟ ନ୍ୟାୟ ନମିଳିବାରୁ ଏସପି ଅଫିସ ଆଗରେ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ କରିଛନ୍ତି ମା’ ଓ ପୁଅ । ଉପସ୍ଥିତ ପୁଲିସ ଅଧିକାରୀ ତାଙ୍କୁ ଅଟକାଇବା ସହ ଅଧିକ ପଚରା ଉଚରା କରୁଛନ୍ତି ।