କନକ ବ୍ୟୁରୋ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ୍ ଅଧିକାରୀ । ଭଦ୍ରକ ଜିଲ୍ଲା ନାୟକାଣାଡିହି ଥାନାର ଏଏସଆଇ କୌଳାସଚନ୍ଦ୍ର ଖୁଣ୍ଟିଆଙ୍କୁ ଧରିଛି ଭିଜିଲାନ୍ସ । ଏକ ମାମଲାକୁ ରଫାଦଫା କରିବା ପାଇଁ ଆନ୍ଦୋଳା ପଞ୍ଚାୟତର ଜଣକଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ସେ ପୂର୍ବରୁ ୮ ହଜାର ଟଙ୍କା ଦେଇସାରିଥିଲେ । ଆଜି ସଂଧ୍ୟାରେ ବାକି ୨ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ସୂଚନା ପାଇଥିବା ଭିଜିଲାନ୍ସ ଅଧିକାରୀ ପହଂଚିଯାଇଥିଲେ ଓ ସମ୍ପୃକ୍ତ ଏଏସଆଇଙ୍କୁ ଧରିଥିଲେ ।
ଭିଜିଲାନ୍ସ ଜାଲରେ ପୋଲିସ୍ ଅଧିକାରୀ । ଏକ ମାମଲାକୁ ରଫାଦଫା କରିବା ପାଇଁ ମାଗିଥିଲେ ଲାଞ୍ଚ
/kanak/media/post_attachments/wp-content/uploads/2021/11/vlcsnap-2021-11-06-09h01m55s954.png)