କନକ ବ୍ୟୁରୋ : ଭଦ୍ରକ ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ କଏଦୀ ହେଉଛନ୍ତି ବିକାଶ ଘଡିଆ । ତାଙ୍କ ଘର ବାସୁଦେବପୁର ଛତରିଆ ଗାଁରେ । ଗତ ୨୦୧୬ ମସିହାରେ ଏକ ହତ୍ୟାକାଣ୍ଡ ମାମଲାରେ ସେ ଭଦ୍ରକ ଜେଲରେ ସଜା କାଟୁଥିଲେ । ତେବେ ଗତକାଲି ରାତିରେ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଭଦ୍ରକ : ଜେଲରେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
/kanak/media/post_attachments/wp-content/uploads/2017/03/vlcsnap-2017-03-01-16h59m08s851.png)