ବାଡେଇ ଥିବା ବ୍ୟକ୍ତିଙ୍କୁ ବାନ୍ଧୁଛି ପୁଲିସ: ଭଦ୍ରକ ଅଲ୍ଲୀନଗର ପୁଲିସକୁ ମାଡ ଓ ଗାଡି ପୋଡି ଘଟଣା; ୮ ଜଣ ଗିରଫ, ୧୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା

ଯୁବକଙ୍କ ମୃତ୍ୟୁପରେ ଘଟିଥିଲା ଅଭାବନୀୟ ଘଟଣା

163

କନକ ବ୍ୟୁରୋ: ବାଡେଇ ଥିବା ବ୍ୟକ୍ତିଙ୍କୁ ବାନ୍ଧୁଛି ପୁଲିସ । ଭଦ୍ରକରେ ପୁଲିସ ଗାଡି ଉପରକୁ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ପୁଲିସ । ଆକ୍ରମଣ ଅଭିଯୋଗରେ ୮ଜଣ ଜଣ ଗିରଫ ହୋଇଛନ୍ତି । ଏହାସହ ୧୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । କିନ୍ତୁ ସେହି ଦିନ ପୁଲିସ ଜିପ୍ରୁ ଖସି ପଳାଇଥିବା ଅନ୍ୟ ଜଣେ ଅଭିଯୁକ୍ତ ପାଖରେ ପହଂଚି ପାରିନାହିଁ । ଘଟଣାର ୨ ଦିନ ପରେ ବି ଫେରାର ଅଭିଯୁକ୍ତର ଟେର ପାଉନାହିଁ ପୁଲିସ ।

ବୁଧବାର ଦିନ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଅଲିନଗର ନିକଟରେ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟାଇଥିଲେ ଉତ୍ୟେକ୍ତ ଲୋକେ । ପୁଲିସ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପୁଲିସ ଭ୍ୟାନକୁ ଅଟକାଇ ପୁଲିସକୁ ଆକ୍ରମଣ କରିବା ସହ ପୁଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଆଉ ଏହାର ସୁଯୋଗ ନେଇ ସେତେବେଳେ ପୁଲିସ ଜିପ୍ରେ ଥିବା ଅନ୍ୟ ଏକ ମାମଲାର ଜଣେ ଅଭିଯୁକ୍ତ ଖସି ପଳାଇଥିଲା । ଆଜି ଯାଏଁ ତାର ଟେର ପାଉନାହିଁ ପୁଲିସ ।