କନକ ବ୍ୟୁରୋ : ବିବାହିତା ମହିଳାଙ୍କ ଗଳାକାଟି ହତ୍ୟା । ଭଦ୍ରକ ଜିଲ୍ଲାର ନୂଆପୋଖରୀ ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଗତକାଲି ସଂଧ୍ୟାରୁ ରାଧାରାଣୀ ମହାନ୍ତି ନାମକ ଏହି ମହିଳା ନିଖୋଜ ଥିଲେ । ଆଜି ସକାଳୁ ଗାଁ ପାଖ ରାସ୍ତାକଡରେ ତାଙ୍କ ମୃତଦେହ ପଡିଥିବା ଗାଁଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କ ତଂଟି କାଟି ହତ୍ୟା କରାଯାଇଥିବା ଜଣାପଡିଛି ।

Advertisment

ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାକାଣ୍ଡ ପରେ ମହିଳାଙ୍କ ସ୍ୱାମୀ କେଉଁଆଡେ ଫେରାର ହୋଇଯାଇଛନ୍ତି । ମୃତ ରାଧାରାଣୀ ୬ ବର୍ଷ ତଳେ ନାରଣ ମହାନ୍ତିଙ୍କୁ ବିବାହ କରିଥିଲେ । ଏମାନଙ୍କର ୫ ବର୍ଷର ଏକ ଝିଅ ରହିଛି । ତେବେ କେଉଁ କାରଣରୁ ରାଧାରାଣୀଙ୍କୁ ହତ୍ୟା କରାଗଲା ତାହା ଅସ୍ପଷ୍ଟ ରହିଛି । ସେହିପରି ସ୍ୱାମୀ ନାରଣ କୁଆଡେ ଗଲେ ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।