କନକ ବ୍ୟୁରୋ : ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ବିରୋଧ । ରବିବାର କାଉପୁର ପଞ୍ଚାୟତକୁ ଯାଉଥିଲେ ବିଧାୟକ ଏବଂ ତାଙ୍କ ସମର୍ଥକ । ଏହି ସମୟରେ ସ୍ଥାନୀୟ କିଛି ଯୁବକ ତାଙ୍କୁ ତୀବ୍ର ବିରୋଧ କରିଛନ୍ତି । ଗୋ ବ୍ୟାକ ସଞ୍ଜୀବ ମଲ୍ଲିକ ବୋଲି ନାରା ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଯୁବକ । ବିଧାୟକ ପଦଯାତ୍ରା କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏହି ପରି ବିରୋଧ ପ୍ରଦର୍ଶନର ଶିକାର ହୋଇଛନ୍ତି । ନିର୍ବାଚନ ଆଉ କିଛି ମାସ ପରେ ହେବ । ଏହି ସମୟରେ ସ୍ଥାନୀୟ ବିଧାୟକ ସକ୍ରିୟ ହୋଇଛନ୍ତି । ଆଉ ଲୋକଙ୍କ ସହ ସମ୍ପର୍କ ବଢାଇବାକୁ ଯାଇ ଶାସକ ଦଳ ତରଫରୁ ଗାନ୍ଧୀ ଜୟନ୍ତୀଠୁ ପଦଯାତ୍ରା ଆରମ୍ଭ ହୋଇଛି ।

Advertisment