ତାସଖେଳରୁ ବୀଭତ୍ସ ହତ୍ୟା ! ନାବାଳକର ଶିଳପୁଆ ମାଡରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ: ଖେଳ ଚାଲିଥିବାବେଳେ ସାମାନ୍ୟ ଯୁକ୍ତିତର୍କରୁ ମାରପିଟ୍

ଘଟଣାସ୍ଥଳରୁ ଅଭିଯୁ୍କ୍ତ ଫେରାର

167

କନକ ବ୍ୟୁରୋ: ତାସ ଖେଳ ସମୟରେ ବିଭତ୍ସ ହତ୍ୟା । ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଦୋଳସାହି ଗାଁରେ ଘଟିଛି ହତ୍ୟାକାଣ୍ଡ । ତାସ ଖେଳ ଚାଲିଥିବା ବେଳେ ରବିନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କର କୌଣସି କଥାରୁ ଯୁକ୍ତିତର୍କ ଲାଗିବା ସହ ମାଡ଼ପିଟ ଲାଗିଥିଲା । ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବିନ୍ଦ୍ର ଉପରକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ରବୀନ୍ଦ୍ରଭ୍କର ମୃତ୍ୟୁ ହୋଇଛି । ଦୁଇ ଜଣଙ୍କ ଭିତରେ ପୂର୍ବରୁ ଅନେକ ଥର ଝଗଡ଼ା ଏବଂ ବିବାଦ ଲାଗି ରହିଥିବା ସୂଚନା ରହିଛି । ଘଟଣା ସ୍ଥଳରୁ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଅନୁଯାୟୀ, ତିହିଡି ଥାନାର ଦୋଳସାହି ଗ୍ରାମରେ ତାସ ଖେଳ ଚାଲିଥିବା ବେଳେ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କ ସହ କୌଣସି କାରଣରୁ ଯୁକ୍ତିତର୍କ ଲାଗିଥିଲା। ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବୀନ୍ଦ୍ର ଉପରକୁ ଛାଟିଥିଲା। ପରେ ଶିଳପୁଆର ମାଡ଼ରେ ରବୀନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ମୃତ ରବୀନ୍ଦ୍ରଙ୍କ ସହ ନାବାଳକ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବା ସୂଚନା ମିଳିଛି। ଯାହାକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇଥିବା ବେଳେ, ତିହିଡି ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।