କନକ ବ୍ୟୁରୋ : ବୈତରଣୀ ନଦୀକୁ ବାପ-ଝିଅ ଡେଇଁବା ଘଟଣାରେ ମିଳିଲା ଚନ୍ଦନଙ୍କ ମୃତଦେହ । ଭଣ୍ଡାରିପୋଖରୀ କଣ୍ଟିଘାଇ ନିକଟରୁ ଚନ୍ଦନଙ୍କ ମୃତଦେହ ମିଳିଛି । ମୃତଦେହ ଚିହ୍ନଟ କରିଛନ୍ତି ଚନ୍ଦନଙ୍କ ଭିଣୋଇ । ହେଲେ ନିଖୋଜ କୁନି ଝିଅର ଏବେ ବି ପତ୍ତା ମିଳୁନାହିଁ । କୁନି ଝିଅକୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରହିଛି । ବୁଧବାର ରାତିରେ ବୈତରଣୀ ନଦୀକୁ ଅଢେଇ ବର୍ଷର ଝିଅକୁ ଧରି ଡେଇଁ ପଡିଥିଲେ ବାପା ଚନ୍ଦନ । ଏହି ଖବର ସାରା ରାଜ୍ୟରେ ଚହଳ ପକାଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ବୈତରଣୀ ନଦୀର ପୋଲ ଉପରେ ଚନ୍ଦନଙ୍କ ସ୍କୁଟି ଓ ଚପଲ ରହିଥିଲା । ତେଣୁ ଚନ୍ଦନ ଓ ତାଙ୍କ ଅଢେଇ ବର୍ଷର ଝିଅ ପୋଲ ଉପରୁ ବୈତରଣୀକୁ ଡେଇଁଥିବା ସନ୍ଦେହ କରାଯାଇଥିଲା । ଆଉ ଏହା ପରେ ଖୋଜାଖୋଜି ଜାରି ରହିଥିଲା । ସୂଚନା ଅନୁସାରେ କିଛି ଦିନ ତଳେ ଚନ୍ଦନଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ । ସେହି ଦିନଠୁ ଚନ୍ଦନ ଚାପରେ ରହିଥିଲେ । ମାନସିକ ଅବସାଦରେ ଥିବା ଚନ୍ଦନ ମାନସିକ ଭାରସାମ୍ୟ ହରାଇ ବୈତରଣୀକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।