ଭଦ୍ରକରେ ମଦମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି : କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଲେ ତିହିଡି ଅଂଚଳର ଜଣେ ଆକ୍ରାନ୍ତ

143

କନକ ବ୍ୟୁରୋ : ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଶେଷ ଖବର ସୁଦ୍ଧା ବିଷାକ୍ତ ମଦ ପିଇବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଂଚିଲାଣି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ମୃତକମାନଙ୍କ ମଧ୍ୟରୁ ତିହିଡିରେ ୫ ଜଣ ଏବଂ ଚାନ୍ଦବାଲିରେ ୪ ଜଣ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଗତକାଲି ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ଆକ୍ରାନ୍ତଙ୍କର ଆଜି ମୃତ୍ୟୁ ହୋଇଛି । ମୃତକଙ୍କର ଘର ତିହିଡି ଅଂଚଳରେ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଏବେ ବି ଭଦ୍ରକ ଡାକ୍ତରଖାନାରେ ୮୭ରୁ ଅଧିକ ଲୋକଙ୍କୁ ଭର୍ତି କରାଯାଇଛି । ଅଧିକ ଗୁରୁତର ରହିଥିବା ଲୋକମାନଙ୍କୁ ଏସସିବି ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଏହି ଘଟଣାରେ ଡେପୁଟି କମିଶନର ମଦ ବୋତଲର ନମୁନା ପରୀକ୍ଷା ପାଇଁ ପଠାଇଛନ୍ତି । ମଦ ମୃତ୍ୟୁ ପରେ ଗାଁରେ ଏବେ କାନ୍ଦବୋବାଳି ପଡିଛି ।