କନକ ବ୍ୟୁରୋ : ଭଦ୍ରକ ଟାଉନଥାନା ଡାହାଣୀଗଡିଆ ସ୍ଥିତ ହରିଶଙ୍କର ଗ୍ୟାରେଜରେ ଅଗ୍ନିକାଣ୍ଡ । ନିଆଁ ଲାଗି ଗ୍ୟାରେଜରେ ଥିବା ୪ଟି ବସ ଓ ୨ଟି ସ୍କପ୍ରିଓ ଜଳିଯାଇଛି । ଅଗ୍ନିଶମ ବାହିନୀ ପହଚିଂ ନିଆଁକୁ ଆୟତ କରିଛି । ବିଳମ୍ବତ ରାତିରେ ଗ୍ୟାରେଜରେ ନିଆଁ ଲାଗିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।
ସେପଟେ, ଭଦ୍ରକ ବ୍ଲକ୍ କଲେଇ ଜିପିର ବଲାଜିତ୍ ପଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି। ଏଥିସହିତ ଘରେ ଥିବା ଆସବାବ ପତ୍ର , ଟିଭି , ବାସନ କୁସନ୍ , ପୋଷାକ ଆଦି ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମର ଅନିଲ ସ୍ୱାଇଁ, ସୁରେନ୍ଦ୍ର ସ୍ବାଇଁ, ବାବିଲତା ସ୍ୱାଇଁ, ଲକ୍ଷ୍ମୀଧର୍ ସ୍ୱାଇଁଙ୍କର ଘର ପୋଡ଼ି ପାଉଁଶ ହୋଇଯାଇଛି । କେବଳ ଏତିକି ନୁହେଁ ଦେବେନ୍ଦ୍ର ସ୍ୱାଇଁଙ୍କର ଝିଅ ବାହାଘର ଲାଗି କିଣା ଯାଇଥିବା ସାମଗ୍ରୀ ପୋଡ଼ି ଭସ୍ମୀଭୂତ ହୋଇଯାଇଛି ।