ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ପୁଣି ମାତିଲେ ଚାଷୀ : ଭଦ୍ରକ ୫୩ ନମ୍ୱର ରାଜ୍ୟ ରାଜପଥରେ ଧାନ ଢ଼ାଳି କଲେ ରାସ୍ତାରୋକ

139

କନକ ବ୍ୟୁରୋ : ଧାନ ବିକ୍ରି ସମସ୍ୟାକୁ ନେଇ ରାସ୍ତାରେ ଧାନ ଢାଳି ରାସ୍ତା ରୋକ କଲେ ଚାଷୀ । ଚାଷୀଙ୍କୁ ଟୋକନ ମିଳିଛି, ଟୋକନରେ ଧାନ ଦେବାର ତାରିଖ ମଧ୍ୟ ରହିଛି ହେଲେ ଧାନ ନେଉ ନାହିଁ ସେବା ସମବାୟ ସମିତି । ଅନ୍ୟପଟେ କଟନି ଛଟନୀ ସମସ୍ୟା ମଧ୍ୟ ଲାଗି ରହିଛି । ଯାହାକୁ ନେଇ ତାତି ଉଠିଛନ୍ତି ଚାଷୀ । ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ଗଣିଜାଙ୍ଗ ବଜାର ଠାରେ ଧାନ ଢାଳି ରାସ୍ତା ରୋକ କରିଛନ୍ତି ଚାଷୀ ।

ଚାଷୀଙ୍କ ଅଭିଯୋଗ ଅନୁସାରେ, ଟୋକନ ମିଳିଥିଲେ ମଧ୍ୟ ଟୋକନର ଅବଧି ସରିଯାଇଛି ହେଲେ ଧାନ କିଣୁ ନାହିଁ ସେବା ସମବାୟ ସମିତି । ତେଣୁ ଦଲାଲଙ୍କୁ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି ଚାଷୀ । ପ୍ରକୃତ ଚାଷୀ ଧାନ ବିକ୍ରି କରିପାରୁନଥିବା ବେଳେ କଟନି ଛଟନୀ ସମସ୍ୟା ମଧ୍ୟ ରହିଛି । ଫଳରେ ଧାନ ବିକ୍ରି ସମସ୍ୟାକୁ ନେଇ ରାସ୍ତାରେ ଧାନ ଢାଳି ରାସ୍ତା ରୋକ କରିଛନ୍ତି କୃଷକ । ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡ଼ି ମଟର ଅଟକି ରହିଛି ।