ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା କାରଣରୁ ତଣ୍ଡର ଶିକାର ହେଲେ ଭଦ୍ରକର ନାହିଦ୍ ଅଖତର୍ ! ବାପାଙ୍କ ଗାଡି ନ ଚଲାଇବା ତର୍କ ସମ୍ପୁର୍ଣ୍ଣ ଭିତ୍ତିହୀନ : ସୁଧାଂଶୁ ଷଡ଼ଙ୍ଗୀ ।

1,377

ଭଦ୍ରକର ଜଣେ କଲେଜ୍ ଛାତ୍ରୀ ନାହିଦ୍ ଅଖତର୍ ବାପା ଶେଖ୍ ନିଜାମୁଦ୍ଦିନ୍ ଙ୍କ ସ୍କୁଟି ଚଲାଉଥିବା ସମୟରେ ଆରଟିଓ ୧୩ ହଜାର ଟଙ୍କାର ତଣ୍ଡ ଲଗାଇଥିଲା । କୁହାଯାଉଛି ବାପାଙ୍କ ଗାଡିକୁ ଝିଅ ଚଲାଉଥିବାରୁ ଏହି ଜରିମାନା ଲଗାଇଛି ଆରଟିଓ । କିନ୍ତୁ ବର୍ତ୍ତମାନ ଏହି ଖବରକୁ ଭିତ୍ତିହୀନ କହିଛନ୍ତି ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ।

ଗତକାଲି ଭଦ୍ରକରେ ଏଭଳି ଘଟଣା ଘଟିବା ପରେ ଆରଟିଓଙ୍କ ଉପରେ ଜନଅସନ୍ତୋଷ ଲାଗିରହିଛି । ତର୍କ ଉଠୁଛି ଯେ କ’ଣ ବାପାଙ୍କ ଗାଡିକୁ ଝିଅ ଚଲାଇପାରିବ ନାହିଁ ? କ’ଣ ଗୋଟିଏ ଘରେ ସବୁ ସଦସ୍ୟଙ୍କ ପାଇଁ ବ୍ୟକ୍ତିଗତ ବାହନ ରହିବ? ତେବେ ଲୋକଙ୍କ ଚିନ୍ତାକୁ ଦୂର କରିବା ପାଇଁ ମୁହଁ ଖୋଲିଛନ୍ତି ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ । ଜଣେ ବ୍ୟକ୍ତିିଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥାଇ ଯଦି ସେ ଅନ୍ୟ କାହା ନାଁରେ ଥିବା ଗାଡି ଚଳାଉଛନ୍ତି ତେବେ ସେ ତଣ୍ଡ ଦେବାକୁ ବାଧ୍ୟ । ଯଦି ନାହିଦ୍ ଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ଥା’ନ୍ତା ତେବେ ତାଙ୍କୁ ତଣ୍ଡ ଦେବାକୁ ପଡିନଥାନ୍ତା ।

 

ପ୍ରଥମେ ଜଣେ ଅନଧିକୃତ ଚାଳକଙ୍କୁ ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଲାଇବାକୁ ଅନୁମତି ଦେବା ଏବଂ ଦ୍ୱିତୀୟରେ ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଯାତ୍ରା କରିବା ନେଇ ନାହିଦ୍ ଙ୍କୁ ଜରିମାନା ଦେବାକୁ ପଡିଛି । ବାପାଙ୍କ ଗାଡିକୁ ଝିଅ ନଚଲାଇବା ଖବର ସମ୍ପୁର୍ଣ୍ଣ ମିଥ୍ୟା । ବୈଧ ଡ୍ରାଇଭିଂ ଲାଇସେନ୍ସ ସହ ଘରଲୋକଙ୍କ ଗାଡି ଚଲାଇବାରେ କୌଣସି ଅସୁବିଧା ନାହିଁ । ଏଭଳି ଗୁଜବକୁ ପ୍ରସାରିତ ନ କରିବା ପାଇଁ ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ଲୋକଙ୍କୁ କହିଛନ୍ତି ।