ଦଙ୍ଗା ଭିତରେ ଜୀବନ ! ନିୟନ୍ତ୍ରଣ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ସୁରକ୍ଷା ବଳ

Advertisment
ଦଙ୍ଗା ଭିତରେ ଜୀବନ ! ନିୟନ୍ତ୍ରଣ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ସୁରକ୍ଷା ବଳ

କନକ ବ୍ୟୁରୋ : ଶାନ୍ତି ଫେରାଇ ଆଣିବାକୁ ହେଉଛି ଆପ୍ରାଣ ଉଦ୍ୟମ । ଭଦ୍ରକ ସହରରେ ପୁଲିସ୍ ଛାଉଁଣୀ । ଡେରା ପକାଇଛନ୍ତି ପୁଲିସ ଓ ପ୍ରଶାସନିକ ଅଧିକାରୀ । ୩୫ ପ୍ଲାଟୁନ୍ ଫୋର୍ସ ସହ ସାମିଲ ହୋଇଛନ୍ତି କେନ୍ଦ୍ରୀୟ ଫୋର୍ସ । ଆଉ ଏହାରି ଭିତରେ ଆଜି ପ୍ଲାଗ୍ ମାର୍ଚ୍ଚ କରିଛି ପୁଲିସ । ଧୀରେ ଧୀରେ ସ୍ଥିତି ସାମାନ୍ୟ ହେଉଥିବା ପୁଲିସ୍ ଡିଜି ସୂଚନା ଦେଇଥିବା ବେଳେ ଗତକାଲି ରାତିରୁ ଘଟିନି କୌଣସି ଅପ୍ରିତିକର ପରିସ୍ଥିତି । ଏପେଟ କେନ୍ଦ୍ର ଗୃହମନ୍ତ୍ରୀ ରାଜାନଥ ସିଂହଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ବି ପ୍ରତିକ୍ରିୟା ରଖି ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।

ପୁଲିସ୍ ଛାଉଁଣୀ ଭିତରେ ଭଦ୍ରକ ସହର । ପଇଁତରା ମାରୁଛନ୍ତି ସୁରକ୍ଷା କର୍ମୀ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବଜ୍ର ଗାଡ଼ି ସହ ଫ୍ଲାଗମାର୍ଚ୍ଚ କରିଛି ପୁଲିସ । ହାତରେ ବନ୍ଧୁକ, ଲାଠି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସିଲ୍ ହୋଇଛି ପୁରା ସହର । ଜରୁରୀ ସେବା ବ୍ୟତୀତ ଅନ୍ୟାନ୍ୟ ସେବା ଉପରେ ଲାଗିଛି କଟକଣା । ସୁରକ୍ଷା ଦୃଷ୍ଟିରୁ ବାସୁଦେବପୁର ଏବଂ ଧାମନଗରରେ ୧୪୪ ଧାରା ଜାରି ହୋଇଛି । ଆଉ ଧିରେ ଧିରେ ଭଦ୍ରକ ଉପରୁ ହଟୁଛି ଅଶାନ୍ତିର କଳା ବାଦଳ ।

ଭଦ୍ରକ ସହରରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ନେଇ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ହିଂସାକାଣ୍ଡକୁ ନଜରରେ ରଖି ସେଠାରେ ଡିଜିପି, ଗୃହ ସଚିବ, ଆରଡିସି ଏବଂ ନୂଆ ଜିଲ୍ଲାପାଳ ଉପସ୍ଥିତ ଅଛନ୍ତି ।ସେହିପରି ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ ଥିବା ବେଳେ ଆବଶ୍ୟକ ପଡ଼ିଲେ ଅଧିକ ଫୋର୍ସ ପଠାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ଭଦ୍ରକ ସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆବଶ୍ୟକ ସହଯୋଗ ଯୋଗଇ ଦେବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଏପଟେ ପରିସ୍ଥିତି ନିୟନ୍ତ୍ରଣ ନେଇ ଉଦ୍ୟମ ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।

ଧୀରେ ଧୀରେ ଶାନ୍ତ ହେଉଛି ଭଦ୍ରକର ଅଶାନ୍ତ ପରିସ୍ଥିତି । ଗତକାଲି ରାତିରୁ ଆଉ କୌଣସି ଅପ୍ରିତିକର ଘଟଣା ଘଟିନଥିବା ବେଳେ ପ୍ରତିଟି ହଲଚଲ ଉପରେ ନଜର ରହିଛି ପୁଲିସ । ବିଶୃଙ୍ଖଳାକାରୀଙ୍କୁ ଦେଖିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି । ଆଉ ଏହାରି ଭିତରେ ୪୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଫେସବୁକ୍ ପୋଷ୍ଟ ଘଟଣାରେ ୪ଟି ମାମଲା ରୁଜୁ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe