ଭୁବନେଶ୍ବର, କଟକ ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ବନ୍ଦ, ୪୮ ଘଣ୍ଟା କର୍ଫ୍ୟୁ ପରି କଟକଣା

ଭୁବନେଶ୍ବର, କଟକ ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ବନ୍ଦ, ୪୮ ଘଣ୍ଟା କର୍ଫ୍ୟୁ ପରି କଟକଣା

କନକ ବ୍ୟୁରୋ : ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏ ୪୮ ଘଣ୍ଟା ପୂରା ବନ୍ଦ ରହିବ ଭୁବନେଶ୍ବର, କଟକ ଓ ଭଦ୍ରକ ସହର। ଏହି ତିନି ସହରରେ ଜାରି ‌ହୋଇଛି କର୍ଫ୍ୟୁ ଭଳି କଟକଣା। କରୋନା ଯେପରି ଗୋଷ୍ଠୀ ସଂକ୍ରମଣର ରୂପ ନ ନିଏ ସେଥିଲାଗି ରାଜ୍ୟ ସରକାର ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ କରୋନା ପଜିଟିଭ୍ ଅଞ୍ଚଳ ଅର୍ଥାତ୍ ଭୁବନେଶ୍ବର, ଭଦ୍ରକ ଓ କଟକ ସହରକୁ ସଟ୍‌ଡାଉନ୍ ବା ସଂପୂର୍ଣ୍ଣ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ଘୋଷଣା କରିଛନ୍ତି।

ପୁଲିସ ମହାନିର୍ଦେଶକ ଅଭୟ ଆଉ ପାଦେ ଆଗକୁ ଯାଇ ସ୍ପଷ୍ଟ କରିଦେଇଛନ୍ତି ଯେ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏକ ପ୍ରକାର କର୍ଫ୍ୟୁ ଲାଗୁ ହେବ। ନିୟମ ଭାଙ୍ଗିଲେ ୧୪ ଦିନ ପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ବାରାଣ୍ଟିନରେ ରଖାଯିବ। କେବଳ ସେତିକି ନୁହେଁ, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ବର ମହାନଗର ନିଗମ ସମେତ ୧୨ଟି ପଞ୍ଚାୟତ ଓ ଗାଁ ଅଞ୍ଚଳରେ ମଧ୍ୟ ୪୮ ଘଣ୍ଟିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ କରାଯିବ। ଏହି ଅଞ୍ଚଳଗୁଡିକ

ହେଲା, ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିହଂପୁର, ତମାଣ୍ଡୋ, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ, ଦାରୁଠେଙ୍ଗ/ ଚନ୍ଦକା, ଧଉଳି, ଯାଆଁଳା, ସିଜୁଆ, ବାଳକାଟି (ପ୍ରତାପଶାସନ), ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀର ପ୍ରଧାନ ସାହି। ସେହିପରି କଟକ ମହାନଗର ନିଗମ ଓ ଭଦ୍ରକ ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe