କନକ ବ୍ୟୁରୋ : କ୍ୟାମେରାରେ କଏଦ ହେଲା ମହିଳା କନେଷ୍ଟବଳଙ୍କ ଲାଂଚ ନେବାର ଦୃଶ୍ୟ । ଚରିତ୍ର ପ୍ରମାଣପତ୍ର ଦେବାକୁ ଲାଂଚ ନେବା ବେଳେ ଧରା ପଡିଛନ୍ତି ଭଦ୍ରକ ବାସୁଦେବପୁର ପୁଲିସ୍ ଷ୍ଟେସନର କନେଷ୍ଟବଳ ଅହଲ୍ୟା ବେହେରା । କିଛି ଦିନ ପୂର୍ବେ ଏହି ଥାନାର ଥାନା ଅଧିକାରୀ ବୁଲୁ ମୁଣ୍ଡା ଲାଂଚ ନେଇ ଗିରଫ ହୋଇଥିଲେ । ଏହା ପରେ ମଧ୍ୟ ଏହି ମହିଳା କନେଷ୍ଟବଳଙ୍କର ମନରେ ଟିକେ ବି ଭୟ ନାହିଁ । କିଛି କାମ କରାଇବାକୁ ହେଲେ ଏହି ମହିଳା କନେଷ୍ଟବଳଙ୍କୁ ପ୍ରଥମେ ଲାଂଚ ଦେବାକୁ ପଡିଥାଏ ବୋଲି ପୂର୍ବରୁ ମଧ୍ୟ ଅଭିଯୋଗ ରହିଛି ।
ଲାଂଚୁଆ ପୁଲିସଙ୍କ ଥାନା ! ଭଦ୍ରକ ବାସୁଦେବପୁର ପୁଲିସ୍ ଷ୍ଟେସନରେ ବନ୍ଦ ହେଉନି ଲାଂଚ କାରବାର
/kanak/media/post_attachments/wp-content/uploads/2017/05/vlcsnap-2017-05-28-15h02m05s054.png)