ଦଙ୍ଗା ଥମୁଛି ରାଜନୀତି ବଢୁଛି ! ଜୋର ଧରିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ

ଦଙ୍ଗା ଥମୁଛି ରାଜନୀତି ବଢୁଛି ! ଜୋର ଧରିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ

କନକ ବ୍ୟୁରୋ : ଭଦ୍ରକ ଅଶାନ୍ତ ହେବା ପଛରେ ଦାୟୀ କିଏ? ଆରମ୍ଭ ହୋଇଯାଇଛି କାରଣ ଖୋଜା । ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି । ଜିଲ୍ଲା ପ୍ରଶାସନର ଦାୟିତ୍ୱ ହୀନତା ନା ରାଜନୈତିକ ଦଳ ଭିତରେ ବଢୁଥିବା ଅସହିଷ୍ଣୁତା ଏହା ପଛର କାରଣ?

ସବୁ ସ୍ତରରେ ସଂଜମତା ଆଉ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦିଆଯାଉଥିବା ବେଳେ ନେତାଙ୍କ ବୟାନ କିନ୍ତୁ ବାଡବତା ମାନୁନି । ବିଜେଡି-ବିଜେପି ମୁହାଁମୁହିଁ । ବଡ କଥା ହେଉଛି, ଆଗକୁ ଅଛି ଭାଜପାର ଜାତୀୟ କାର୍ଯ୍ୟକାରିଣୀ । ଦୁଇ ଦିନ ଧରି ଦଳର ତମାମ ତୁଙ୍ଗ ନେତା ଭୁବନେଶ୍ୱର ଆସିବେ, ଆଉ ତା ଆଗରୁ ଭଦ୍ରକ ଅଶାନ୍ତ ହୋଇ ଉଠିଛି । ଏହାପଛରେ କାହାର କଣ ଉଦେଶ୍ୟ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି ।

ତେବେ କାହିଁକି ଭଦ୍ରକରେ ବିବାଦ ବଢିଲା? ତାର ଆରମ୍ଭ ହୋଇଛି କାରଣ ଖୋଜା । ସ୍ଥିତିକୁ ଆକଳନ କରିବାରେ ଜିଲ୍ଲା ପ୍ରଶାସନ ବିଫଳ ହେଲା କି? ଗୁଇନ୍ଦା ପାଖକୁ ସଠିକ ସୂଚନା ଆସିଲାନି କାହିଁକି? ଅଶ୍ଲୀଳ ବୟାନକୁ ନେଇ ଯେତେବେଳେ ଉତ୍ତେଜନା ଆରମ୍ଭ ହେଲା, ତାକୁ କଣ ପ୍ରଶମିତ କରାଯାଇ ପାରିନଥାନ୍ତା? ଜିଲ୍ଲା ଏସପିଙ୍କ ନିଷ୍କ୍ରିୟତା ବିବାଦକୁ ତେଜିଥିଲା କି?

ଅଶ୍ଳୀଳ ମନ୍ତବ୍ୟ, ଥାନା ଘେରାଉ, ଜଣଙ୍କୁ ଅଟକ ରଖିବା, ପ୍ରତିବାଦର ନିଆଁ ଜଳିବା, ଶାନ୍ତି କମିଟି ବୈଠକ ବସିବା । ଏଭଳି କିଛି ଦିଗକୁ ନେଇ ଭଦ୍ରକ ଅଶାନ୍ତ ହେଉଥିବା ବେଳେ, ଜିଲ୍ଲାର ମୁଖ୍ୟ ଭାବେ କେହି ଦାୟିତ୍ୱରେ ନଥିଲେ । ଜିଲ୍ଲାପାଳ ଅବସର ନେଇ ସାରିଥିଲେ, ନୂଆ ନିଯୁକ୍ତି ହୋଇନଥିଲା । ଆଉ ସ୍ଥିତି ବେକାବୁ ହେବା ପରେ ତରବରିଆ ଭାବେ ନିଯୁକ୍ତି ଦିଆଗଲା । ତେବେ ବିଳମ୍ବ ପାଇଁ ଭଦ୍ରକ ସ୍ଥିତି ହାତରୁ ଖସିଗଲା କି? ସୃଷ୍ଟି ହୋଇଛି ଏଭଳି ଅନେକ ପ୍ରଶ୍ନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe