୧୨ ଘଂଟିଆ ଭଦ୍ରକ ବନ୍ଦ : ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା

ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ପ୍ରଭାବିତ

111

କନକ ବ୍ୟୁରୋ : ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ସେବାକୁ ନେଇ ଭଦ୍ରକ ସହର ବନ୍ଦ । ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସହ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି କରି ଭଦ୍ରକ ସହରକୁ ୧୨ ଘଂଟିଆ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ । ବନ୍ଦକୁ ସମର୍ଥନ କରି ସହରରେ ଦୋକାନ ବଜାର ବନ୍ଦ ରହିବା ସହ ସହର ମଧ୍ୟ ଭାଗ ଦେଇ ଯାଉଥିବା ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି ।

ସାମାଜିକ ସଂଗଠନଗୁଡ଼ିକ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ଭଦ୍ରକ ଜିଲ୍ଲାର ହକ୍ ହେଉଛି ମେଡିକାଲ୍ କଲେଜ। ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭଦ୍ରକ ବନ୍ଦ କରାଯାଇଛି। ସକାଳୁ ଭଦ୍ରକର ବନ୍ତ ଛକ, କଚେରି ବଜାର, ଚରମ୍ପା ଷ୍ଟେସନ ବଜାର, ଚରମ୍ପା ସହର, ସ୍କୁଲ୍ ରୋଡ଼, ବାଇପାସ୍ ଛକ, ଚାନ୍ଦବାଲି ରୋଡ଼, ରଣିତଲ୍ ଛକ, ଆରଡ଼ି ଛକ, ଅପର୍ତିବିନ୍ଧା ଛକ, ଟାଉନ୍ ହଲ୍ ଛକ, ଶନି ମନ୍ଦିର ଛକ, ନୂଆ ବାସ ଷ୍ଟାଣ୍ଡ ଛକ, ନକଙ୍ଗ ଛକ , ବାରିକପୁର ଛକଠାରେ ବନ୍ଦ କରାଯାଇଛି ।

୧୬ ନମ୍ବର ଜାତୀୟ ରାଜପଥକୁ ମଧ୍ୟ କଂଗ୍ରେସ ପକ୍ଷରୁ ଅବରୋଧ କରାଯାଇଛି । ଯାହା ପାଇଁ ରାସ୍ତା କଡ଼ରେ ଅଟକି ରହିଛି ଗାଡ଼ିମଟର । ବନ୍ଦ ସମୟରେ ଯେପରି କୌଯଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସହରରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।