କନକ ବ୍ୟୁରୋ: ଦିନ କେଇଟା ପରେ କାଳିପୂଜା । ଏଥିପାଇଁ ଚଳଚଂଚଳ ଭଦ୍ରକ ସହର । ତୋରଣ କାମ ସହ ମୃଣ୍ମୟ ମୂର୍ତି କାମ ଜୋରସୋରରେ ଚାଲିଛି । ମା’ ଭଦ୍ରକାଳୀଙ୍କ ସପ୍ତଦିବସବ୍ୟାପି ସପ୍ତମାତୃକା ବେଶରେ ପୂଜର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ହେ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସପ୍ତମାତୃକା ବେଶ ମଧ୍ୟରୁ ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ୱତୀ, ମହାଲକ୍ଷ୍ମୀ ବେଶରେ ପୂଜାର୍ଚ୍ଚନା ରୀତିନୀତି ଅନୁସାର କରାଯିବ । ମା’ଙ୍କ ପୂଜାର୍ଚ୍ଚନା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମା’ଙ୍କ ସେବାୟତ କହିଛନ୍ତି ।

Advertisment

ସେହିପରି ଭଦ୍ରକ ସହରରେ ୯ଟି ପୂଜାମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତିଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ଚାଲିଛି ତୋରଣ କାମ । ଚରମ୍ପାରେ ପୂର୍ବତଟ ରେଳବାଇ କର୍ମଚାରୀଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା କାଳୀପୂଜା ଶହେ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରସିଦ୍ଧ କାଳୀପୂଜାକୁ ମହାଆଡ଼ମ୍ବର ସହ ପାଳନ କରିବାକୁ ବିଶେଷ ଆୟୋଜନ କରଯାଇଛି ।

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ନେଇ ପୂଜାମଣ୍ଡପଗୁଡ଼ିକ ପକ୍ଷରୁ ଆଲୋକ ସାଜସଜ୍ଜା ସହ ମିନାବଜାର, ଯାତ୍ରା, ପାଶ୍ୱର୍ମୂର୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।