ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକରେ ୧୨ଘଂଟିଆ ବନ୍ଦ ପାଳନ । ୧୬ନମ୍ବର ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଟ୍ରେନକୁ ଅଟକାଇଲେ ଆନ୍ଦୋଳନକାରୀ

Advertisment
ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକରେ ୧୨ଘଂଟିଆ ବନ୍ଦ ପାଳନ । ୧୬ନମ୍ବର ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଟ୍ରେନକୁ ଅଟକାଇଲେ ଆନ୍ଦୋଳନକାରୀ

କନକ ବ୍ୟୁରୋ : ଭଦ୍ରକ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ସମଗ୍ର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନ ଯୋଗୁଁ ଭଦ୍ରକର ସମସ୍ତ ସ୍କୁଲ , କଲେଜ ସହିତ ସରକାରୀ ପ୍ରତିଷ୍ଠାନ ବନ୍ଦ ରହିଛି। ଜାତୀୟ ରାଜପଥ, ରେଳଷ୍ଟେସନରେ ଆନ୍ଦୋଳନ କାରୀମାନେ ପ୍ରତିବାଦ କରୁଥିବା ପରିପ୍ରେକ୍ଷୀରେ ଭଦ୍ରକ ଦେଇ ବସ ଚଳାଚଳ ସହିତ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି।

publive-imageଆଜି ସକାଳୁ ଭଦ୍ରକ ମେଡିକାଲ କଲଜ ପ୍ରତିଷ୍ଠା ସଂଗ୍ରାମ ସମିତି, ଭଦ୍ରକ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ଆନୁକୂଲ୍ୟରେ ଭଦ୍ରକ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହାକୁ ପ୍ରାୟ ସବୁ ରାଜନୈତିକ ଦଳ ସମର୍ଥନ ଦେଉଥିବାରୁ ସମଗ୍ର ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି। ଭଦ୍ରକ ସଦର, ଚାନ୍ଦବାଲି, ବାସୁଦେବପୁର, ବନ୍ତ, ଭଣ୍ଡାରି-ପୋଖରି, ଧାମନଗର ଓ ତିହିଡ଼ି ବ୍ଲକ୍ ସହିତ ସମସ୍ତ ୩ଟି ପୌରାଞ୍ଚଳରେ ଏହି ବନ୍ଦ ପାଳନ କରାଯାଉଛି। ସହରର ଦୋକାନବଜାର ବନ୍ଦ ଥିବା ବେଳେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି।

publive-imageକେବଳ ଆମ୍ବୁଲାନ୍ସ ଓ ପୁଲିସ ଗାଡ଼ି ଚଳାଚଳ କରୁଥିବା ବେଳେ ବସ, ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ଦୀର୍ଘ ଦିନ ହେବ ଭଦ୍ରକବାସୀ ମାନେ ଦାବୀ କରି ଆସୁଛନ୍ତି କି ଜିଲ୍ଲାରେ ଏକ ମେଡିକାଲ କଲେଡ ସ୍ଥାପନ କରିବା ପାଇଁ କିନ୍ତୁ ଏ ପର୍ଯ୍ୟନ୍ତ ସେଠାରେ କଲେଜ ହେବା ନେଇ କୌଣସି ସୂଚନା ନାହିଁ । ସେଠାରେ କଲେଜ ହେଲେ ଅନେକ ପିଲା ଉପକୃତ ହେବେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ କୌଣସି ଅପ୍ରିତିକର ପରିସ୍ଥତି ହୋଇ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe