ଭଦ୍ରକରେ କିଏ କାହା ଉପରେ ଭାରି ! ମତ ସାବ୍ୟସ୍ତ କରୁଛନ୍ତି ମତଦାତା, କିଏ ହେବ ଏଠି ୫ ବର୍ଷ ପାଇଁ ନେତା ?

115

କନକ ବ୍ୟୁରୋ: ଚାଲିଛି ୧୯ ମହାଯୁଦ୍ଧର ଅନ୍ତିମ ଲଢ଼େଇ । ୬ଟି ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭା ଆସନରେ ଚାଲିଛି ଜୋରଦାର ସଂଘର୍ଷ । ଭଦ୍ରକ ସଂସଦୀୟ କ୍ଷେତ୍ର ଅଧିନସ୍ଥ ଭଦ୍ରକ ଆସନ ଦଖଲ ପାଇଁ ଚାଲିଛି ଛକାପଞ୍ଝା । ନିଜ ନିଜର ମତ ସାବ୍ୟସ୍ତ କରି ନେତା ବାଛୁଛନ୍ତି ମତଦାତା । ତେବେ ପ୍ରମୁଖ ଦଳରୁ କାହାକୁ ଭଦ୍ରକ ରାଜଗାଦିରେ ବସାଇବେ ତାହା ଉପରୁ ଆସନ୍ତା ମେ’୨୩ ତାରିଖରେ ପରଦା ଉଠିବ । ତେବେ ଏହି ବିଧାନସଭା କ୍ଷେତ୍ରର ରାଜନୈତିକ ଇତିହାସ କ’ଣ କହୁୂଛି ପଢ଼ନ୍ତୁ ।

୨୦୧୯ର ଲଢେଇ
ବିଜେଡି- ସଞ୍ଜୀବ ମଲ୍ଲିକ
କଂଗ୍ରେସ-ନଳୀନିକାନ୍ତ ମହାନ୍ତି
ବିଜେପି- ପ୍ରଦୀପ ନାୟକ

୨୦୧୯-ବିଜେଡି: ସଞ୍ଜୀବ ମଲ୍ଲିକ
-ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ପୁଅ
-ପୂର୍ବତନ ବିଧାୟକ ମାନସ ମଲ୍ଲିକଙ୍କ ଭାଇ
– ବ୍ୟବସାୟୀରୁ ରାଜନୀତି
-ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯-କଂଗ୍ରେସ: ନଳୀନିକାନ୍ତ ମହାନ୍ତି
– ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି
– ଦକ୍ଷ ସଂଗଠକ

୨୦୧୯-ବିଜେପି: ପ୍ରଦୀପ ନାୟକ
– ୨୦୧୪ରେ ପରାଜିତ
– ଡାକ୍ତରରୁ ରାଜନୀତି
– ଦ୍ୱିତୀୟଥର ପାଇଁ ପ୍ରାର୍ଥୀ
– ପୁରୀ ସାଂସଦ ପ୍ରାର୍ଥୀ ସତ୍ୟପ୍ରକାଶ ନାୟକଙ୍କ ଭାଇ

ନିର୍ବାଚନ ମଣ୍ଡଳୀ ତଥ୍ୟ
– ଭଦ୍ରକ ଏବଂ ଭଦ୍ରକ ବ୍ଳକ୍କୁ ନେଇ ଗଠିତ
– ୧୯୫୧ରେ ନିର୍ବାଚନମଣ୍ଡଳୀ ଗଠିତ
– ଯୁଗଳ କିଶୋର ପଟ୍ଟନାୟକ ୫ଥର ବିଧାୟକ
– ପ୍ରଫୁଲ୍ଲ ସାମଲ ୨ଥର ବିଧାୟକ (୧୯୯୦ ଏବଂ ୧୯୯୫ )
– ନିତ୍ୟାନନ୍ଦ ମହାପାତ୍ର ୩ଥର ବିଧାୟକ ( ୧୯୫୭ରୁ ୧୯୬୭ )

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୯ ହଜାର ୪୯୧
– ମତ ଦେଇଥିଲେ – ୧ ଲକ୍ଷ ୬୧ ହଜାର ୬୧୬
– ଭୋଟଦାନ ହାର – ୭୦.୪୨%

୨୦୧୪ର ଫଳାଫଳ
ପ୍ରାର୍ଥୀ                            ଦଳ       ଭୋଟ        ପ୍ରତିଶତ     ଫଳାଫଳ
ଯୁଗଳ କିଶୋର ପଟ୍ଟନାୟକ ବିଜେଡି     ୮୦,୫୮୨  ୪୯.୮୬%   ବିଜୟୀ
ନରେନ୍ ପଲାଇ               କଂଗ୍ରେସ   ୫୬,୯୯୫  ୩୫.୨୭%   ପରାସ୍ତ
ପ୍ରଦୀପ ନାୟକ                 ବିଜେପି    ୧୯,୩୮୪  ୧୧.୯୯%    ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଯୁଗଳ କିଶୋର ପଟ୍ଟନାୟକ ନିର୍ବାଚନ ଜିତିଥିଲେ
– ୮୦ ହଜାର ୫୮୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ନରେନ୍ ପଲାଇଙ୍କୁ ପରାସ୍ତ କରିଥିଲେ
– ୨୩ ହଜାର ୫୮୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ